ବହୁ ଆତଙ୍କବାଦୀ ସମେତ ୧୦ ପାକ୍ ସୈନ୍ୟଙ୍କୁ ନିପାତ କରିଛୁ : ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ପକ୍ଷରୁ ହୋଇଥିବା ଆତଙ୍କବାଦୀ ଅନୁପ୍ରବେଶର ଉଚିତ ଜବାବ ଦିଆଯାଇଛି ବୋଲି କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ । ଏହା ସହ ସେ କହିଛନ୍ତି ଯେ, ଭାରତୀୟ ସେନାର କଠୋର କାର୍ଯ୍ୟାନୁଷ୍ଠାନରେ ତିନି ଆତଙ୍କୀ କ୍ୟାମ୍ପ ଧ୍ଵଂସ ହୋଇଛି । ସେନାର ଏହି କାର୍ଯ୍ୟାନୁଷ୍ଠାନରେ ୬ ରୁ ୧୦ ପାକିସ୍ତାନୀ ସୈନିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜିର ଆକ୍ରମଣରେ ପାକିସ୍ତାନର ୧୦ ସୈନ୍ୟଙ୍କୁ ମାରି ୨ ଭାରତୀୟ ସହିଦ ଯବାନଙ୍କ ପ୍ରତିଶୋଧ ନେଇଛୁ ।’

ତେବେ ପିଓକେରେ କଡା କାର୍ଯ୍ୟାନୁଷ୍ଠାନ ନେଇ ସେନାମୁଖ୍ୟ ସୂଚନା ଦେବା ବେଳେ ଆତଙ୍କବାଦୀଙ୍କ ୪ଟି କ୍ୟାମ୍ପ ଭାରତୀୟ ସେନା ଧ୍ୱଂସ କରିଥିବା କହିଛନ୍ତି । ଅଥମୁକମ, ଜୁରା, କୁନ୍ଦଲସାହୀ ଅଞ୍ଚଳରେ ଧ୍ୱଂସ ଫଳରେ ଅନେକ ଆତଙ୍କୀ ମରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ଏହା ସହ ସେ କହିଛନ୍ତି ଯେ, ପିଓକରେ ଆତଙ୍କୀ କ୍ୟାମ୍ପ ସକ୍ରିୟ ଥିବା ଠୋସ୍ ପ୍ରମାଣ ଥିଲା । ଅନୁପ୍ରବେଶ କରିବା ବେଳେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ବହୁତ ଆତଙ୍କବାଦୀ ମରିଛନ୍ତି । କାଶ୍ମୀରରେ ଶାନ୍ତିର ମାହୋଲ ରହିଛି । ସେଓ କାରବାର ସହିତ ସବୁ ପ୍ରକାରର ବ୍ୟବସାୟ ଆରମ୍ଭ ହୋଇ ଯାଇଛି । ଉପତ୍ୟକାରେ ସ୍ଥିତି ସ୍ଵାଭାବିକ ରହିଛି ।’ ମାତ୍ର ପାକିସ୍ତାନ ଆଗକୁ ଏଭଳି ଦୁଃସାହସ କଲେ ତାର କଡା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ସେନାଧ୍ୟକ୍ଷ । ଅନୁପ୍ରବେଶ ରୋକିବା ବେଳେ ଭାରତୀୟ ସେନା ଆର୍ଟିଲରୀ ଗନ ଜରିଆରେ ଆତଙ୍କୀ କ୍ୟାମ୍ପ ଧ୍ଵଂସ କରିଥିବା ରାଓ୍ଵତ କହିଛନ୍ତି ।

Comments are closed.