କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ସମ୍ପତ୍ତି ସହ ଲିଙ୍କ ହେବ ଆଧାରକାର୍ଡ

ନୂଆଦିଲ୍ଲୀ,୨୬ ।୧୦: ସ୍ଥାବର ସମ୍ପତ୍ତିକୁ ଆଧାରକାର୍ଡ ସହ ଲିଙ୍କ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ସମ୍ପତ୍ତି ମାଲିକାନା ପାଇଁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ମୋଦୀ ସରକାର, ଯେଉଁଥିରେ ଆପଣଙ୍କୁ ଫିକ୍ସଡ ଏସେଟସର ମାଲିକାନା ପାଇବା ପାଇଁ ସେଥିରେ ଆଧାର କାର୍ଡ ଲିଙ୍ଗ କରିବାକୁ ପଡିବ । ଏପରି କରିବା ଦ୍ୱାରା ଜମି-ବାଡିର କିଣାବିକାରେ ହେଉଥିବା ଧୋକା ବନ୍ଦ ହେବା ସହ ବେନାମୀ ସମ୍ପତ୍ତିର ମଧ୍ୟ ଖୁଲାସା ହେବ ।

ଏନେଇ ପାଞ୍ଚ ଜଣିଆ ସଂସଦୀୟ କମିଟି ଗଠନ କରାଯିବା ସହିତ ଡ୍ରାଫ୍ଟ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଏହା ଆଇନରେ ପରିଣତ ହେଲେ ବେନାମୀ ସମ୍ପତ୍ତି ଧରା ପଡ଼ିଯିବ। ସେହିପରି ଜମି ଜମା କ୍ଷେତ୍ରରେ କରାଯାଉଥିବା ଜାଲ୍ କାରବାରର ପର୍ଦ୍ଦାଫାଶ୍ ହୋଇପାରିବ। ସ୍ଥାବର ସମ୍ପତ୍ତିକୁ ଆଧାର ସହିତ ଲିଙ୍କ୍ କରିଥିବାର ବ୍ୟକ୍ତିଙ୍କ ଜମି ଉପରେ ବେଆଇନ କବ୍ଜା ହେଲେ ଏହାର ସମାଧାନ ଦାୟିତ୍ୱ ସରକାର ବହନ କରିବେ ।

Comments are closed.