କରାଚି-ରାୱଲପିଣ୍ଡି ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି

ଲିଆକତପୁର : ପାକିସ୍ତାନର କରାଚୀ ଠାରୁ ରାଓଲପିଣ୍ଡୀ ଯାଉଥିବା ତେଜଗାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ପାକିସ୍ତାନର ଲିଆକତପୁରରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଘଟଣା ଯୋଗୁଁ ଟ୍ରେନରେ ଥିବା ୭୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖାଦ୍ୟ ରୋଷେଇ କରିବାକୁ ବ୍ୟବହାର ହେଉଥିବା ଗ୍ୟାସ ସିଲିଣ୍ଡର ଫାଟି ଏହି ଦୁର୍ଘଟଣା ହୋଇଛି ବୋଲି ରେଳ କର୍ମଚାରୀ କହିଛନ୍ତି । ଦୁର୍ଘଟଣାରେ ୭୩ ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୩୦ଜବ ଅଧିକ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କମାନଙ୍କୁ ସ୍ଥାନୀୟ ଆଖପାଖ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡରେ ୩ଟି ବଗି ପୋଡ଼ି ଜଳି ପାଉଁଶ ହୋଇଯାଇଛି । ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଜାରି ରଖିଛି ।

Comments are closed.