ଜୀ ସାର୍ଥକ ଏବେ ପହଞ୍ଚିବ ତାର ପ୍ରିୟ ଓଡିଆ ଦର୍ଶକଙ୍କ ପାଖରେ

ଜୀ-ସାର୍ଥକ ସର୍ବଦା ନୂଆ, ଭିନ୍ନ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’, ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି । ତେବେ ଏଇଠି ରହିବ ନାହିଁ ଜୀ-ସାର୍ଥକ ଓ ତାର ଦର୍ଶକଙ୍କ ସମ୍ପର୍କ । ଏହି ସମ୍ପର୍କକୁ ଆଗକୁ ନେବାକୁ ଓ ଆହୁରି ମଜବୁତ୍ କରିବା ପାଇଁ ଆହୁରି ଗୋଟେ ପାଦ ଆଗକୁ ଯାଉଛି ଓଡିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ, ଜୀ-ସାର୍ଥକ ।

ଜୀ-ସାର୍ଥକ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ, ଯାହା ମାଧ୍ୟମରେ ଜୀ-ସାର୍ଥକର ଟିମ୍ ତାଙ୍କର ପ୍ରଚାର ଗାଡିରେ ପହଁଚିବେ ଆପଣ ମାନଙ୍କ ପାଖରେ ଓ ଆପଣ ମାନଙ୍କ ସହ ବିଚାର ବିମର୍ଶ କରିବେ ଜୀ-ସାର୍ଥକର ସମସ୍ତ କାର୍ଯକ୍ରମ ଉପରେ । ଆପଣ ମାନଙ୍କର ପସନ୍ଦର କାହାଣୀ, ରିଆଲିଟି ସୋ ଓ ସେଥିରେ ଚାହୁଁଥିବା ପରିବର୍ତନ ସବୁ ଜାଣିବାକୁ ଚେଷ୍ଟା କରିବେ । ଓଡ଼ିଶାର ସମ୍ପୂର୍ଣ ୩୦ ଜିଲ୍ଲା ପରିଦର୍ଶନ କରିବେ ଜୀ-ସାର୍ଥକର ଏହି ଟିମ୍ । କେବଳ ବିଚାର ବିମର୍ଶ ନୁହେଁ ଏହି ଟିମ୍ ଆପଣଙ୍କ ଗାଁ, ସହରରେ ବିଭିନ୍ନ ପ୍ରାନ୍ତରେ ତାର ଦର୍ଶକଙ୍କ ସହ ଭିନ୍ନ ଭିନ୍ନ ଖେଳ ସହ ଏହା ଆହୁରି ଅଧିକ ମଜାଦାର ହେବ ଓ ଦର୍ଶକ ମାନେ ମଧ୍ୟ ଜିତିବେ ଆକର୍ଷଣୀୟ ଉପହାର ସବୁ ।

 

ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଜୀ-ସାର୍ଥକର ଲୋକପ୍ରିୟ ଚରିତ୍ରଗୁଡିକ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛି । ସମ୍ପର୍କ ଗଢିବା କିଛି ବଡ କଥା ନୁହେଁ କିନ୍ତୁ ସମ୍ପର୍କରେ ଯୋଡି ହୋଇ ରହିବା ସବୁଠାରୁ ବଡ କଥା, ଠିକ୍ ଯେମିତି ଜୀ ସାର୍ଥକ ଯୋଡି ହୋଇ ରହିଛି ଓଡ଼ିଶାର ସମସ୍ତ ଦର୍ଶକଙ୍କ ସହ । ଆମ ଚ୍ଯାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ଛଡା ଆଉ ଗୋଟେ ପାଦ ଆଗେଇଛି ସିଧା ଦର୍ଶକମାନଙ୍କ ପାଖରେ ପହଞ୍ଚିବା ପାଇଁ । ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ । ନିଜର ମତାମତ ସହ ପ୍ରସ୍ତୁତ ହୋଇ ରୁହନ୍ତୁ, ଆମେ ପହଁଚିବୁ ଖୁବ ଶୀଘ୍ର ଆପଣଙ୍କ ପାଖରେ ।

Comments are closed.