ବଜ୍ରାଘାତରେ ଯୁବକ ମୃତ୍ୟୁ   

ଭୁବନେଶ୍ୱର :ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତ ରେ ପ୍ରାଣ ହରେଇଛନ୍ତି ଜଣେ ବ୍ୟକ୍ତି । ମୃତ୍ ବ୍ୟକ୍ତି ଜଣକ ହେଲେ ହେଲେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଧିନସ୍ଥ କୁଟାସିଂହା ଗାଁ ର ସୁରେଶ ପାତ୍ର।ସୂଚନା ମୁତାବକ ଆଜି କିଛି ଲୋକଙ୍କ ସହ ବିଲରେ ମଜୁରିଆ ଭାବେ କାମ କରୁଥିବା ସମୟରେ ବଜ୍ରାଘାତ ଘଟିଥିଲା।

ଘଟଣା ସ୍ଥଳରେ ସୁରେଶ ଅଚେତ୍ ଅବସ୍ଥା ରେ ପଡ଼ି ରହିଥିଲେ। ଘଟଣା ସ୍ଥଳ ରୁ ପରିବାର ଲୋକେ ସୁରେଶ ଙ୍କୁ ଉଦ୍ଧାର କରି ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡକ୍ଟର ସୁରେଶ ଙ୍କୁ ମୃତ ଘୋଷଣା କରିବା ସହ ବଲାଙ୍ଗୀର ଭୀମଭୋଇ ସରକାରୀ ଡାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠେଇ ଥିଲେ। ଏ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

Comments are closed.