କାହିଁକି ଏମିତି କହିଲେ ସନ୍ନି ଦେଓଲ

ମୁମ୍ବାଇ : ଭାରତ-ପାକ୍ ଘୃଣାକୁ ଏକ ରାଜନୈତିକ ଖେଳ ବୋଲି କହିଛନ୍ତି ଅଭିନେତା ତଥା ବିଜେପି ଏମ୍‌ପି ସନ୍ନି ଦେଓଲ। ଗଦର-୨ର ଟ୍ରେଲର ଉନ୍ମୋଚନ ଅବସରରେ ଗତକାଲି କାର୍ଗିଲ ବିଜୟ ଦିବସରେ ଦେଓଲ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଅବସରରେ ଫିଲ୍ମ ନିର୍ମାତା ଅନିଲ ଶର୍ମା, ଅଭିନେତ୍ରୀ ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଗଦର-୨’ ହେଉଛି ‘ଗଦର: ଏକ ପ୍ରେମ କଥା’ର ପରବର୍ତ୍ତୀ କ୍ରମିକ ଖଣ୍ଡ, ଯାହା ୨୦୦୧ରେ ରିଲିଜ ହୋଇଥିଲା। ହିନ୍ଦୀ ଭାଷାର ଏହି ରୋମାଣ୍ଟିକ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅନିଲ ଶର୍ମା। ୧୯୪୭ ବିଭାଜନ ସମୟର ଏକ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ। ତେବେ କାହାଣୀର ସତ୍ୟତା ନେଇ କୌଣସି ପ୍ରମାଣ ନାହିଁ।

ବୁଟା ସିଂହଙ୍କ ଜୀବନ ଉପରେ ପର୍ଯ୍ୟବସିତ ଫିଲ୍ମରେ ସନି ଦେଓଲ, ଅମିଷା ପଟେଲ, ଅମ୍ବରୀଶ ପୁରୀ ଓ ଲିଲେଟ ଦୁବେ ପ୍ରମୁଖ ଅଭିନୟ କରିଛନ୍ତି। ୨୦୦୧ରେ ସାକିନା ଭୂମିକାରେ ଅଭିନୟ କରିବା ପାଇଁ ୫୦୦ ଝିଅଙ୍କ ଭିତରୁ ବଛା ହୋଇଥିଲେ ଅମିଷା।

ଗଦର-୨ରେ ୧୯୭୧ର କାହାଣୀ ବର୍ଣ୍ଣିତ ହୋଇଛି। ପାକିସ୍ତାନରେ ଭାରତ-ବିରୋଧୀ ଅଭିଯାନ ଚାଲିଥିବା ବେଳେ ତାରା ସିଂହ ନିଜ ପୁଅ ଚରଣଜିତକୁ ଫେରାଇ ଆଣିବା ପାଇଁ ଲାହୋର ଯାଇଛନ୍ତି। ଅନିଲ ଓ ଜି-ଷ୍ଟୁଡିଓ ଦ୍ବାରା ପ୍ରସ୍ତୁତ ଗଦର-୨ ଅଗଷ୍ଟ ୧୧ରେ ରିଲିଜ ହେବାକୁ ଲକ୍ଷ୍ୟ ରଖାଯାଇଛି।

Comments are closed.