କାହିଁକି ଏମିତି କହିଲେ ଲୋକେ ଅର୍ଜୁନଙ୍କୁ

ମୁମ୍ବାଇ: ସୋଶାଲ ମିଡିଆରେ ଏବେ ଚାଲିଛି ବୟକଟ୍‌ ଟ୍ରେଣ୍ଡ। ବଲିଉଡ ଫିଲ୍ମଗୁଡିକୁ ରିଲିଜ ହେବା ପୂର୍ବରୁ ବୟକଟ୍‌ କରିବା ପାଇଁ ଲୋକେ ଦାବି କରୁଛନ୍ତି। ଏଥିପାଇଁ ବଡ ବଡ ଷ୍ଟାର୍ସଙ୍କ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଫିଲ୍ମ ସହ ଜଡିତ ଲୋକ ଓ ବଲିଉଡ ଷ୍ଟାର୍‌ ଚିନ୍ତିତ ହୋଇଗଲେଣି । ସମସ୍ତଙ୍କୁ ଘରିଛି ବୟକଟ୍‌ ଭୟ। ଏହାରି ଭିତରେ ବୟକଟ୍‌କୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ଅର୍ଜୁନ କପୁର। କିନ୍ତୁ ବୟକଟ୍‌ ଉପରେ ମନ୍ତବ୍ୟ ଦେବା ତାଙ୍କୁ ଭରି ପଡିଛି। ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ସହ ‘ମଲାଇକାଙ୍କ ବୟଫ୍ରେଣ୍ଡ ଚୁପ୍‌ ରୁହ’ ବୋଲି ଧମକାଇଛନ୍ତି।

ପ୍ରକୃତରେ ‘ବୟକଟ୍‌ ବଲିଉଡ’କୁ ନେଇ ଚାଲିଥିବା ଟ୍ରେଣ୍ଡ ଉପରେ ଅର୍ଜୁନ କପୁର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅର୍ଜୁନ ବୟକଟ୍‌ ଟ୍ରେଣ୍ଡକୁ ନେଇ କଡା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି, ‘ଏହା ଉପରେ ନୀରବ ରହି ଇଣ୍ଡଷ୍ଟ୍ରିର ଲୋକମାନେ ଭୁଲ କରିଛନ୍ତି। ଏହା ଆମର ଶରଳତା ଥିଲା, କିନ୍ତୁ ଲୋକମାନେ ଏହାର ଭୁଲ ଫାଇଦା ଉଠାଇଲେ। ମୁଁ ଭାବୁଛି ଆମର କାମ ଆମ ପାଇଁ କହିବ ବୋଲି ଭାବିବା ଭୁଲ୍‌।’

Comments are closed.