କିଏ ଧରିବ କଂଗ୍ରେସ ମଙ୍ଗ ?

ନୂଆଦିଲ୍ଲୀ: ପୁଣି ଥରେ କଂଗ୍ରେସର ଲଗାମ ଗାନ୍ଧି ପରିବାର ହାତରେ ରହିବ ନା ଅଣଗାନ୍ଧି ନେତୃତ୍ୱ ହାତକୁ ଯିବ? ଦୀର୍ଘ ବର୍ଷ ଧରି ଗାନ୍ଧି ପରିବାର ହାତରେ ରହିଆସିଥିବା ଦଳର ରିମୋଟ କଣ୍ଟ୍ରୋଲର ପରିବର୍ତ୍ତନ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏବେ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଥିବା ବେଳେ ଅଧ୍ୟକ୍ଷ ପଦ ନେଇ ନିର୍ବାଚନ ହେବାର ଅଛି। ଏନେଇ ତାରିଖ ଘୋଷଣା ହୋଇଥିଲା। କିନ୍ତୁ ପୁଣି ଥରେ ନିର୍ବାଚନ ବିଳମ୍ବ ହେବା ନେଇ ସୂଚନା ମିଳିଛି। ଅଗଷ୍ଟ ୨୮ରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଆସନ୍ତା ରବିବାର ସିଡବ୍ଲ୍ୟୁସି ପକ୍ଷରୁ ବୈଠକ କରାଯାଇ ଚୂଡ଼ାନ୍ତ ତାରିଖ ଘୋଷଣା କରାଯିବ। ସିଡବ୍ଲ୍ୟୁସି ବୈଠକରେ ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିବେ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ଗତ ଅଗଷ୍ଟ ୨୧ରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୦ରେ ଏହି ନିର୍ବାଚନ ହେବାର ଥିଲା। ହେଲେ ଏବେ କୌଣସି କାରଣରୁ ତାରିଖ ଘୁଞ୍ଚା ଯିବା ନେଇ ସୂଚନା ମିଳିଛି ।

Comments are closed.