ଗୁଲାମଙ୍କ ସହ ଆଉ କିଏ ଛାଡ଼ିଲା କଂଗ୍ରେସ

ଜମ୍ମୁ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ କଂଗ୍ରେସ ଛାଡ଼ିବାର କିଛି କ୍ଷଣ ମଧ୍ୟରେ ଦଳକୁ ପୁଣି ଏକ ଝଟ୍‌କା ଲାଗିଛି। ଜମ୍ମୁ କଶ୍ମୀରିର ୫ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଦଳକୁ ବାଏ ବାଏ କହିଛନ୍ତି। ଆଜାଦ୍‌ଙ୍କ ସହ ସ୍ୱର ମିଶାଇ ସେମାନେ ମଧ୍ୟ ଦଳ ଛାଡ଼ିବାର କାରଣ ରାହୁଲ ଗାନ୍ଧିଙ୍କୁ ଦାୟୀ କରିଛନ୍ତି। ଜମ୍ମୁ କଶ୍ମୀରିର କଂଗ୍ରେସ ନେତା ମହମ୍ମଦ ଶାରୋରି, ହାଜି ଅବଦ୍ଦୁ ରସିଦ, ମହମ୍ମଦ ଆମିନ୍‌ ଭଟ୍ଟ, ଗୁଲଜାର ଅହମ୍ମଦ ୱାନି , ଚୌଧୁରୀ ଆକ୍ରମ ମହମ୍ମଦ ଏବଂ ସଲମାନ୍‌ ନିଜାମି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସମ୍ପ୍ରତି କଂଗ୍ରେସ କ୍ୟାମ୍ପରୁ ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଆଜାଦ୍‌ ହେଉଛନ୍ତି ଜଣେ ଭେଟରାନ୍‌ ଲିଡର। ପୂର୍ବରୁ କପିଲ ଶିବଲ, ଅଶ୍ୱନୀ କୁମାର ଭଳିଙ୍କ ଭଳି ବରିଷ୍ଠ ନେତାମାନେ କଂଗ୍ରେସ ଛାଡ଼ିଛନ୍ତି। ଅନ୍ୟପଟେ ଆଜାଦଙ୍କକ ଇସ୍ତଫାକୁ ନେଇ କଂଗ୍ରେସ ଦୁର୍ଭାଗ୍ୟଜନକ ବୋଲି କହିଛି।

ସୂଚନା ଅନୁଯାୟୀ ଇସ୍ତଫା ଦେଇଥିଲେ କିଛି ଦିନ ତଳେ ଆଜାଦ ଜମ୍ମୁ-କଶ୍ମୀରର ପ୍ରଚାର କମିଟି ଅଧ୍ୟକ୍ଷ ଓ ରାଜନୀତିକ ବ୍ୟାପାର କମିଟି ଛାଡ଼ିଥିଲେ। ଏହି ପଦରେ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ନିଯୁକ୍ତି ଦେବାର କିଛି ଘଣ୍ଟା ପରେ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ସେବେଠାରୁ ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ୧୯୭୦ ମସିହାରୁ ଗୁଲାମ ନବୀ ଆଜାଦ କଂଗ୍ରେସ ପାଇଁ କାମ କରି ଆସୁଥିଲେ। ଆଜି ଆଜାଦ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଦଳରୁ ଇସ୍ତଫା ଦେବାର କାରଣ ଦର୍ଶାଇଛନ୍ତି। ସେଥିରେ ସିଧା ସିଧା ରାହୁଲ ଗାନ୍ଧିଙ୍କୁ ଦାୟୀ କରିଛନ୍ତି। ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଚିଠି ଲେଖି ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ଆପଣଙ୍କ(ସୋନିଆ ଗାନ୍ଧୀ) ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା ଏବଂ ସମସ୍ତଙ୍କଠାରୁ ପରାମର୍ଶ ନିଆଯାଉଥିଲା । କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ପ୍ରବେଶ ପରେ କଂଗ୍ରେସର ଏହି ବ୍ୟବସ୍ଥା ଶେଷ ହୋଇଯାଇଥିଲା।

Comments are closed.