ମୌଲବୀଙ୍କ ସହ କଣ କଥା ହେଲେ ମୋହନ ଭାଗବତ
ନୂଆଦିଲ୍ଲୀ: ମସଜିଦ୍ର ମୁଖ୍ୟ ମୌଲବୀଙ୍କ ସହ ଆଲୋଚନା କରିଛନ୍ତି। ସର୍ବଭାରତୀୟ ଇମାମ ସଙ୍ଗଠନର ମୁଖ୍ୟ ତଥା ମୌଲବୀ ଉମର ଅମହମ୍ମଦ ଇଲିୟାସିଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ଧରି ଉଭୟଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ଇଲିୟାସିଙ୍କ ପୁଅ ସୁହାବି ଇଲିୟାସି କହିଛନ୍ତି ଯେ, ଉଭୟଙ୍କ ସାକ୍ଷାତ ଦେଶକୁ ଏକ ଉତ୍ତମ ବାର୍ତ୍ତା ଦେଉଛି। ଆମ ନିମନ୍ତ୍ରଣ ରକ୍ଷା କରି ସେମାନେ ଆସିଥିବାରୁ ବେଶ ଖୁସି ଲାଗୁଛି ବୋଲି ଇଲିୟାସି କହିଛନ୍ତି। ନିକଟରେ ମୋହନ ଭାଗବତ ମୁସଲମାନ ବୁଦ୍ଧିଜୀବୀମାନଙ୍କୁ ଭେଟିଥିଲେ। ସାମ୍ପ୍ରଦାୟିକ ସଦଭାବନା ବୃଦ୍ଧି ଦିଗରେ ଏହି ଭେଟଘାଟ ବେଶ ସହାୟ ହେବ ବୋଲି କୁହାଯାଇଛି । କର୍ଣ୍ଣାଟକରେ ହିଜାବ ବିବାଦ ଏବଂ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ପରେ ଦେଶରେ ସାମ୍ପ୍ରଦାୟିକ ମାହୋଲ ବିଗିଡ଼ି ଯାଇଥିଲା।
ଏହା ପରେ ଏହି ଭେଟଘାଟ ଏକ ସକରାତ୍ମକ ସଙ୍କେତ ଦେଉଛି। ନିକଟରେ ବାରାଣସି ଜ୍ଞାନବ୍ୟାପି ମସଜିଦକୁ ନେଇ ମୋହନ ଭାଗବତ ଏକ ବିବୃତି ଦେଇଥିଲେ । ସେ କହିଥିଲେ ଯେ, ଆମେ ପ୍ରତି ମସଜିଦରେ ଶିବ ଲିଙ୍ଗ ଦେଖିବାକୁ ଚାହୁଁ। ଆରଏସଏସ ହେଉଛି ବିଜେପି ବିଚାରଧାରାର ସମର୍ଥକ। କିନ୍ତୁ ଭାରତର ବୈଚାରିକ ବିଚାରଧାରା ସମବାଦରେ ଆରଏସଏସ ବିଶ୍ୱାସ କରେ ବୋଲି ଆରଏସଏସ ମୁଖପାତ୍ର ସୁନିଲ ଆମ୍ବେକର କହିଛନ୍ତି।
Comments are closed.