କ’ଣ କରୁଛନ୍ତି ପ୍ରାଚୀ
ଟେଲି ଜଗତରୁ ଡ଼ିଆଁ ମାରି ସିନେଜଗତରେ ପାଦ ଥାପିଥିବା ସୁନ୍ଦରୀ ପ୍ରାଚୀ ଦେଶାଇ ସେପ୍ଟେମ୍ବର ୧୨ରେ ତାଙ୍କ ୩୩ତମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ପାଳନ ପାଇଁ ସେ ପୁଣି ଥରେ ଗଣମାଧ୍ୟମ ଖବର ଚର୍ଚ୍ଚାକୁ ଆସିଛନ୍ତି ।
ପ୍ରାଚୀ କହିଚନ୍ତି, ତାଙ୍କ ହାତରେ ଏବେ କାମ ଅଛି । ଅଯଥା ପ୍ରଚାର, ପ୍ରସାରକୁ ସେ ଆଦୌ ପସନ୍ଦ କରନ୍ତିନି । ସେଥିପାଇଁ ନିରବରେ କାମ କରୁଛନ୍ତି । ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କୋଶା’ର ସୁଟିଂ ପର କାମ ଚାଲିଛି । ଏହି ବର୍ଷ ଜୁନରେ ତାଙ୍କ ଅଭିନୀତ ‘ଫୋରେନସିକ’ ମୁକ୍ତିଲାଭ କରିଥିଲା । ସମୀକ୍ଷକ ମହଲରେ ତାହା ଆଦୃତ ମଧ୍ୟ ହୋଇଛି । ଆଉ ଅଧିକ କ’ଣ ବା ତାଙ୍କର ଦରକାର । ଭଲ ଆୟ ହେଉଛି, ନାମୀ ଚଳଚ୍ଚିତ୍ରରେ ସୁଯୋଗ ମଧ୍ୟ ମିଳୁଛି । ଏହା ସତ୍ତେ୍ୱ କେତେଜଣ ତାଙ୍କ ପଚାରନ୍ତି, ପ୍ରାଚୀ ଏବେ କ’ଣ କରୁଛ । ଏମିତି ପ୍ରଶ୍ନ ଶୁଣିଲେ, ପ୍ରାଚୀ ମୁରୁକି ହସି ସେହି ସ୍ଥାନରୁ ଚାଲିଆସନ୍ତି ।
Comments are closed.