ପାର୍ଥ ଓ ଅର୍ପିତଙ୍କ ଆଉ ୨ ଦିନ ରିମାଣ୍ଡ ଅବଧି ବଢ଼ିଲା
କୋଲାକତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ବହିଷ୍କୃତ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ରିମାଣ୍ଡ ଅବଧି ଆଉ ଦୁଇ ଦିନ ବଢ଼ିଛି। ଏଥିସହ ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ କୋର୍ଟ ଅଗଷ୍ଟ ୫ ଯାଏ ଇଡି ହେପାଜତକୁ ପଠାଇଛନ୍ତି। ଆଜି ଉଭୟଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ପାର୍ଥ ଓ ଅର୍ପିତାଙ୍କୁ ଆଉ ୨ ଦିନ ପାଇଁ ଇଡି ହେପାଜତକୁ ପଠାଯାଇଛି।
ଆଜି କୋର୍ଟଙ୍କୁ ଇଡି ପକ୍ଷରୁ ପାର୍ଥଙ୍କୁ ୪ ଦିନିଆ ରିମାଣ୍ଡ ଅବଧିରେ ପଠାଇବାକୁ ଅନୁରୋଧ କରାଯାଇଥିଲା। ସେହିପରି ଅର୍ପିତାଙ୍କ ରିମାଣ୍ଡ ୩ ଦିନ କରିବାକୁ କୁହାଯାଇଥିଲା। ହେଲେ କୋର୍ଟ ଉଭୟଙ୍କୁ ୨ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଆଜିର ଶୁଣାଣି ବେଳେ ଅର୍ପିତାଙ୍କ ଓକିଲ ନୀଳାଦ୍ରି ଭଟ୍ଟାଚାର୍ଯ୍ୟ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।
ବାବୁଲ ସୁପ୍ରିଓଙ୍କୁ କ୍ୟାବିନେଟ ମନ୍ତ୍ରୀ କଲେ ମମତା ବାନାର୍ଜୀ
କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାକୁ ନେଇ ଚାପରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ କ୍ୟାବିନେଟକୁ…
ଇଡି ହେପାଜତରେ ଥିବା ବେଳେ ଅର୍ପିତାଙ୍କୁ ଆଇନଗତ ପରାମର୍ଶ ପାଇଁ ଅନୁମତି ଦେବାକୁ ସେ କହିଥିଲେ। ତେବେ ଏହି ଆବେଦନକୁ କୋର୍ଟ ଇଡି ହାତରେ ଛାଡ଼ି ଦେଇଥିଲେ। ଯଦି ଇଡି ଅଧିକାରୀମାନେ ଚାହିଁବେ, ତା’ହେଲେ ଅର୍ପିତାଙ୍କୁ ତାଙ୍କ ଓକିଲ ଭେଟି ପାରିବେ।
ଏହାର ଜବାବରେ ଇଡିର ଓକିଲ ତଥା ଆଡିସନାଲ ସଲିସିଟର ଜେନେରାଲ କହିଥିଲେ ଯେ ଆଇନଗତ ଆଲୋଚନା ପାଇଁ ଆମର କୌଣସି ଅସୁବିଧା ନାହିଁ। ଅର୍ପିତାଙ୍କ ଓକିଲ ଦିନକ ପାଇଁ ଭେଟି ପାରିବେ। ଏହି ସମୟରେ ଇଡିର ଅଧିକାରୀମାନେ ଉପସ୍ଥିତ ରହିବେ।
Comments are closed.