କାହିଁକି ମିଛ ରିପୋର୍ଟ ଦେଲେ ଜିଲ୍ଲାପାଳ
କୋଇଡା: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମିଛ ରିପୋର୍ଟ ଦେଇଛନ୍ତି ବିଡିଓ! ଗାଁକୁ ନଯାଇ ଅଫିସ୍ରେ ବସି ରିପୋର୍ଟ ପ୍ରସ୍ତୁତ କରି ଦେଇଥିବା ଆଲୋଚନା ହେଉଛି। ବିଡିଓ ମହାଶୟ କେବଳ ଜିଲ୍ଲାପାଳଙ୍କୁ ମିଛ ରିପୋର୍ଟ ଦେଇନାହାନ୍ତି, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ମଧ୍ୟ ଦେଇଛନ୍ତି। ଏହି ରିପୋର୍ଟ ସାର୍ବଜନୀନ ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଡିଓ କାହିଁକି ମିଛ ରିପୋର୍ଟ ଦେଲେ ବୋଲି ଗାଁ ଲୋକ ପ୍ରଶ୍ନ କରିଛନ୍ତି।
ପୂରା ଘଟଣାଟି ଏମିତି। କୋଇଡ଼ା ବ୍ଲକ୍ କାଲଟା ପଞ୍ଚାୟତ ରୋଲେ କ୍ୟାମ୍ପରେ ୧୫୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ସମସ୍ତେ ପ୍ରାୟତଃ ଆଦିବାସୀ ଶ୍ରେଣୀର। ଖଣି ଖାଦାନରେ କାମଦାମ କରି ଚଳନ୍ତି। ହେଲେ ଏହି ଗାଁ ଲୋକଙ୍କ ବଡ଼ ଦୁଃଖ ହେଉଛି ପାଣି। ଶୋଷ ମେଟାଇବା ପାଇଁ ଗାଁରେ ପୂର୍ବରୁ ୩ଟି ନଳକୂପ ଖୋଳାଯାଇଥିଲା। ସେଥିରୁ ଗୋଟିଏ ନଳକୂପର ଚାରି ପାର୍ଶ୍ୱରେ ବାଡ଼ ଦିଆଯାଇଥିବା ବେଳେ ଅନ୍ୟ ଦୁଇଟିରୁ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି। ସେହି ପାଣି ପିଇବା ଯୋଗ୍ୟ ନୁହେଁ। ତେଣୁ ଗାଁ ଲୋକେ ସମିଜ ନାଳ ଉପରେ ନିର୍ଭର କରୁଛନ୍ତି।
Comments are closed.