ଆସାମ ଓ ମେଘାଳୟରେ ବନ୍ୟା ପରିସ୍ଥିତି ଭୟକର

ଗୌହାଟି: ଗତ ଦୁଇ ଦିନ ହେବ ଆସାମ ଓ ମେଘାଳୟରେ ବୃଷ୍ଟିପାତଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୩୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଆସାମର ୨୮ଟି ଜିଲ୍ଲାରେ ପ୍ରାୟ ୧୯ ଲକ୍ଷ ଜନତା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷ ଜନତା ରିଲିଫ୍‌ କ୍ୟାମ୍ପ୍‌ମାନଙ୍କରେ ଆଶ୍ରୟ ନେଇଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ବନ୍ୟା ଯୋଗୁଁ ଗତ ଦୁଇ ଦିନରେ ଆସାମରେ ୧୨ଜଣ ଏବଂ ମେଘାଳୟରେ ୧୯ଜଣଙ୍କର ମୃତ୍ୟୁ ଘଟିଛି। ତ୍ରିପୁରାର ରାଜଧାନୀ ଅଗରତାଲାରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଆକସ୍ମିକ ବନ୍ୟା ଆସିଛି। ସେଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ମାତ୍ର ୬ ଘଣ୍ଟା ମଧ୍ୟରେ ସହରରେ ୧୪୫ ମିଲିମିଟର୍‌ ବର୍ଷା ହୋଇଛି। ଏଥିଯୋଗୁଁ ତ୍ରିପୁରା ଉପନିର୍ବାଚନ ପ୍ରଚାର ମଧ୍ୟ ପ୍ରଭାବିତ ହୋ

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ମେଘାଳୟର ମାଓସୀନରମ୍‌ ଏବଂ ଚେରାପୁଞ୍ଜିରେ ୧୯୪୦ ମସିହା ପରଠାରୁ ରେକର୍ଡ ପରିମାଣର ବର୍ଷା ହୋଇଛି। ବନ୍ୟା ଯୋଗୁଁ ଜୀବନ ହରାଇଥିବା ଲୋକମାନଙ୍କ ପରିବାରବର୍ଗଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କନ୍‌ରାଡ କୋଙ୍ଗକଲ୍‌ ସଙ୍ଗମା ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ଆସାମରେ ପ୍ରାୟ ୩୦୦୦ ଗାଁ ଓ ୪୩,୦୦୦ ହେକ୍ଟର୍‌ ଚାଷଜମି ଜଳମଗ୍ନ ହୋଇଛି। କେତେକ ନଦୀବନ୍ଧ, ଛୋଟ ପୋଲ ଏବଂ ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆସାମର ହୋଜାଇ ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କୁ ନେଇଯାଉଥିବା ଡଙ୍ଗାଟିଏ ବୁଡ଼ି ଯିବାରୁ ୩ଜଣ ପିଲା ନିଖୋଜ ହୋଇ ଯାଇଥିବା ବେଳେ ୨୧ଜଣଙ୍କୁ ଉଦ୍ଧାର କରାଯାଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

Comments are closed.