ମୌସୁମୀ ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା
ନୂଆଦିଲ୍ଲୀ : କେରଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ହେବା ସହିତ ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ପ୍ରଭାବ ଦେଖାଯାଇଛି । ଆଜି ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସମେତ ଦେଶର କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାବେଳେ ଉତ୍ତର-ପୂର୍ବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ସମେତ କେତେକ କ୍ଷେତ୍ରରେ ପୁଣି ଥରେ ପାରଦ ବଢିବା ସହ ସର୍ବସାଧାରଣ ମାନେ ଖରାର ତାପରେ ହାହାକାର କରୁଛନ୍ତ
ପାଣିପାଗ ବିଭାଗ (ଆଇଏମଡି) ର ସୂଚନାନୁଯାୟୀ, ଜୁନ୍ ୧ ରୁ ଉତ୍ତର-ପୂର୍ବରେ ପ୍ରବଳ ବର୍ଷା ହେବ। ଜୁନ୍ ୨ ରୁ ଜୁନ୍ ୪ ଯାଏଁ ଆସାମ ଏବଂ ମେଘାଳୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଜିଠାରୁ ଆଗାମୀ ପାଞ୍ଚ ଦିନ ମଧ୍ୟରେ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।
Comments are closed.