ଜି୭ ସମ୍ମିଳନୀରେ ପୁଟିନଙ୍କୁ ପରିହାସ
ଏଲ୍ମାଉ କ୍ୟାସେଲ୍ (ଜର୍ମାନି): ସମ୍ପୂର୍ଣ୍ଣ ଫୁଙ୍ଗୁଳା ହୋଇପଡ଼ିବେ ନା, ଅଳ୍ପ ଫୁଙ୍ଗୁଳା ହେବେ ବୋଲି ମଜାରେ କହି ରବିବାର ଦିନ ଜର୍ମାନିରେ ଆୟୋଜିତ ‘ଜି୭’ ଶିଖର ସମ୍ମିଳନୀ ଆରମ୍ଭ ବେଳେ ବିଶ୍ବ ନେତାମାନେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ‘ଟାଣୁଆ ଚେହେରା’କୁ ବିଦ୍ରୂପ କରିଥିଲେ।
ଏଭଳି ପ୍ରହେଳିକା ବିଷୟରେ ବ୍ରିଟେନ୍, କାନଡା, ଫ୍ରାନ୍ସ୍, ଜର୍ମାନି, ଇଟାଲି, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ସଂଘରୁ ଆସିଥିବା ନେତାମାନେ ଘଡ଼ିଏ ଚିନ୍ତା କରିଥିଲେ।
କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ପ୍ରସ୍ତାବ ଦେଲେ କି, ଗ୍ରୁପ୍ ଫଟୋ ଉଠା ସରିଲେ ପୋଷାକପତ୍ର ଓହ୍ଲାଇବା। ସେତିକି ବେଳେ ବୋରିସ୍ ଜନ୍ସନ୍ ରହସ୍ୟ କରି କହିଲେ, ଆମେ ଯେ, ପୁଟିନ୍ଙ୍କ ଠାରୁ ଟାଣୁଆ, ତାହା ଆମକୁ ଦେଖାଇବାକୁ ପଡ଼ିବ। ଏବଂ ଏଭଳି ଭାବେ ଥଟ୍ଟାପରିହାସ ଚାଲିଲା।
୨୦୦୯ରେ ସାର୍ଟ ନ ପିନ୍ଧି ପୁଟିନ୍ ଘୋଡ଼ାରେ ବସି ଉଠାଇ ଥିବା କୁଖ୍ୟାତ ଫଟୋକୁ ଉଦ୍ଦେଶ୍ୟ କରି ଟ୍ରୁଡ୍ୟୁ କହିଲେ, ଆମେ ସାର୍ଟ ଓହ୍ଲାଇ ଘୋଡ଼ା ଚଢ଼ିବା।
ପୋଷାକପତ୍ର ପ୍ରସଙ୍ଗ ଉତ୍ଥାପନ ନ କରି ୟୁରୋପୀୟ କମିସନ୍ ଅଧ୍ୟକ୍ଷ ଉର୍ସୁଲା ଭନ୍ ଦର୍ ଲିୟେନ୍ କହିଲେ, ଘୋଡ଼ାଚଢ଼ା ସବୁଠୁ ଉତ୍ତମ।
ଚଟ୍କରି ବୋରିସ୍ ଜନ୍ସନ୍ କହିଲେ, ଆମେ ସେମାନଙ୍କୁ ଆମ ଶରୀର ଟାଣୁଆ ମାଂସପେଶୀ ଦେଖାଇବା।
ଶେଷରେ ଥଟ୍ଟା ପରିହାସ ବନ୍ଦ କରି ନେତାମାନେ ଜ୍ୟାକେଟ୍ ପିନ୍ଧିଥିବା ଅବସ୍ଥାରେ ଫଟୋ ପାଇଁ ‘ପୋଜ୍’ ଦେଇଥିଲେ।
Comments are closed.