କୋହଲିଙ୍କୁ ନେଇ ଟ୍ଵିଟ୍ କଲେ ପାକିସ୍ତାନୀ ଅଧିନାୟକ
ବିଶ୍ୱ କ୍ରିକେଟରେ ରନ୍ ମେସିନ୍ ଭାବେ ଖୁବ୍ ଜଣାଶୁଣା ବିରାଟ କୋହଲି । ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି ବିରାଟ । ଏଭଳି ପରିସ୍ଥିତିରେ ଅନେକ କ୍ରିକେଟ୍ର ତାଙ୍କୁ କଡ଼ା ସମାଲୋଚନା କରୁଥିବାବେଳେ କିଛି ଲୋକପ୍ରିୟ ଖେଳାଳି ତାଙ୍କ ସମର୍ଥନରେ ବାହାରିଛନ୍ତି। ଟିମ୍ ଇଣ୍ଡିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏହି ସମୟରେ କୋହଲି ଟି-୨୦ ସିରିଜରେ ବିଫଳ ହୋଇଥିଲେ। ଯେତେବେଳେ ସେ ଆହତ ହେବା ପରେ ଠିକ୍ ହୋଇ ଦିନିକିଆ ଖେଳିବା ପାଇଁ ଫେରିଥିଲେ ସେଥିରେ ମଧ୍ୟ ଫେଲ୍ ହୋଇଥିଲେ।
ତେବେ ଲର୍ଡସରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ କୋହଲି ମାତ୍ର ୧୬ ରନ୍ କରି ଆଉଟ୍ ହୋଇଥିଲେ । ଆଉଟ୍ ହେବା ପରେ ପାକିସ୍ତାନୀ ଅଧିନାୟକ ବାବର ଆଜାମ ତାଙ୍କ ସମର୍ଥନରେ ଏକ ଟୁଇଟ୍ କରିଛନ୍ତି ଯାହା ରାତାରାତି ଭାଇରଲ ହୋଇଥିଲା।
ଭାରତୀୟ ସମୟ ୧୨.୨୯ ରେ ବାବର ଆଜାମ ଟ୍ୱିଟ କରି କହିଛନ୍ତି, ‘ଏଥର ମଧ୍ୟ ଅତିକ୍ରମ କରିବ, ସାହସ ରଖ’ ବାବରଙ୍କ ଏହି ଟ୍ୱିଟକୁ ବହୁତ ପସନ୍ଦ କରାଯାଉଥିବାବେଳେ ପ୍ରଶଂସକମାନେ ସୋସିଆଲ ମିଡିଆରେ ପାକିସ୍ତାନୀ ଅଧିନାୟକତ୍ୱକୁ ମଧ୍ୟ ପ୍ରଶଂସା କରୁଛନ୍ତି।
Comments are closed.