ହିଂସା କରୁଥିବା ଯୁବକ ଅଗ୍ନିବୀର ହୋଇପାରିବ ନାହିଁ

ନୂଆଦିଲ୍ଲୀ : ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ପୋଡ଼ାଜଳା କରୁଥିବା ଯୁବକମାନଙ୍କ ପ୍ରତି କଠୋର ହୋଇଛି ଭାରତୀୟ ସାମରିକ ବାହାନୀ । ଏପରି କାର୍ଯ୍ୟରେ ଲିପ୍ତ ରହିଥିବା ଯୁବକମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବ ନାହିଁ ବୋଲି ତିନିସେନା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ଆଜି ଅନୁଷ୍ଠିତ ତିନିବାହିନୀର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ମିଲିଟାରୀ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ପୁରି କହିଛନ୍ତି ଯେ ଶୃଙ୍ଖଳା ହେଉଛି ଭାରତୀୟ ସେନା ବାହାନୀର ମୂଳ ଭିତ୍ତି । ଏଠାରେ ଜଳାପୋଡ଼ାର କୌଣସି ସ୍ଥାନ ନାହିଁ । ନିଯୁକ୍ତି ବେଳେ ପ୍ରତି ପ୍ରାର୍ଥୀଙ୍କୁ ନିଶ୍ଚିତ ଭାବରେ ପୋଲିସ ଭେରିଫିକେସନ ଦେବାକୁ ହେବ । ଏହା ସହିତ ସେମାନଙ୍କୁ ଏକ ପ୍ରମାଣପତ୍ର ଦେବାକୁ ହେବ ଯେ ସେମାନେ ଜଳାପୋଡ଼ା ଓ ହିଂସାରେ ସାମିଲ ହୋଇ ନଥିଲେ । ପୋଲିସ ଯାଞ୍ଚ ସହ ଏପରି ପ୍ରମାଣପତ୍ର ବିନା ନିଯୁକ୍ତି ଦିଆଯିବ ନାହିଁ ।

Comments are closed.