ପଦ ଛାଡ଼ିଲେ ବିଜୟ କୁମାର
ପାଟନା: ସରକାର ଭାଙ୍ଗିଥିଲେ ମଧ୍ୟ ବାଚସ୍ପତି ପଦ ଛାଡ଼ୁ ନଥିବା ବିଜେପି ନେତା ବିଜୟ କୁମାର ସିହ୍ନା ଆଜି ଇସ୍ତଫା ଦେଇଛନ୍ତି। ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏହାପୂର୍ବରୁ ହିଁ ବାଚସ୍ପତି ପଦରୁ ବିଜୟ କୁମାର ଇସ୍ତଫା ଦେଇଛନ୍ତି। ଏବେ ବିଧାନସଭାର ନୂଆ ବାଚସ୍ପତି ଭାବେ ଆରଜେଡି ଭେଟରାନ ନେତା ଅବଧ ବିହାରୀ ଚୌଧୁରୀ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି।
୨୦୨୦ ବିହାର ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ଏକାଠି ନିର୍ବାଚନ ଲଢ଼ିବା ସହ ମିଳିତ ଭାବେ ସରକାର ଗଠନ କରିଥିଲେ। ହେଲେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ହାତ ଛାଡ଼ି ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଛନ୍ତି। ନୀତୀଶ କୁମାର ତାଙ୍କ ପାଖରେ ୧୬୪ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି।
ବିହାର ବିଧାନସଭାର ମୋଟ ଆସନ ସଂଖ୍ୟା ୨୪୩ ହୋଇଥିବା ବେଳେ ଏବେ ୨୪୧ ଜଣ ବିଧାୟକ ରହିଛନ୍ତି। ଦୁଇଟି ଆସନ ଖାଲି ପଡ଼ିଛି। ତେଣୁ ସରକାର ଗଠନ ପାଇଁ ଏଠାରେ ମ୍ୟାଜିକ ନମ୍ବର ହେଉଛି ୧୨୧।
Comments are closed.