ବେକରୀଙ୍କୁ ୧୫୦୦ ଭତ୍ତା,ଜାଣନ୍ତୁ କୋଉଠି

ନୂଆଦିଲ୍ଲୀ: ଦେଶରେ ବେକାରିଙ୍କ ସଂଖ୍ୟା ବଢ଼ି ଚାଲିଛି । ଏପରି ସ୍ଥିତିରେ ଯୁବକଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ସରକାର ଆଗେଇ ଆସିଛନ୍ତି । ଏଥିପାଇଁ ସରକାର ଯୁବକଙ୍କୁ ବେକାରି ଭତ୍ତା ପ୍ରଦାନ କରିବେ । ନିକଟରେ ମଧ୍ୟପ୍ରଦେଶ ସରକାର ଏପରି ଘୋଷଣା କରିଛନ୍ତି । ଯଦି ଆପଣ ଏହି ଯୋଜନାର ଫାଇଦା ନେବାକୁ ଚାହିଁବେ, ତେବେ ସେଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ।

ଏହି ଯୋଜନାରେ ସରକାର ରାଜ୍ୟର ବେକାରଙ୍କୁ ମାସକୁ ୧୫୦୦ ଟଙ୍କା ପ୍ରଦାନ କରିବେ । ଏହି ଭତ୍ତା ୨୧ରୁ ୩୫ ବର୍ଷ ବୟସର ଯୁବକଙ୍କୁ ମିଳିବ । ଯେ ପର୍ଯ୍ୟନ୍ତ ଜଣଙ୍କର ଚାକିରି ନାହିଁ, ସେ ପର୍ଯ୍ୟନ୍ତ ଏହି ଅର୍ଥ ପ୍ରଦାନ କରାଯିବ । ଏହି ଅର୍ଥ ବେକାର ଯୁବକଙ୍କୁ ନିଜର ଚାକିରି ଖୋଜିବାରେ ସହାୟତା କରିବା ସହ ନିଜର ପକେଟ୍ ଖର୍ଚ୍ଚ ଚଳାଇବାରେ ସାହାଯ୍ୟ କରିବ ।

ଏହି ମହଙ୍ଗା ଭତ୍ତା ପାଇଁ ଆପଣଙ୍କୁ ଏମପି ରୋଜଗାର ପୋର୍ଟାଲର ଅଫିସିଆଲ ୱେବସାଇଟ୍ https://mprojgar.gov.in/ କୁ ଯିବାକୁ ପଡ଼ିବ । ହୋମ୍ ପେଜରେ ଆପିଲିକାଣ୍ଟସ୍ ଅପ୍ସନ ଅନ୍ତର୍ଗତ ରେଜିଷ୍ଟ୍ରେସନ ଅପ୍ସନ ଉପରେ କ୍ଲିକ କରିବାକୁ ପଡ଼ିବ । ଏହାପରେ ଜରୁରୀ ସୂଚନା ଦେଇ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଆଟାଚ କରାଯିବ ।

ଆହୁରି ପଢନ୍ତୁ

Comments are closed.