ରାଉରକେଲାରେ ଅନ୍ୟ ପରୀକ୍ଷାର୍ଥୀଙ୍କ ନାମ ରେ ନିଟ ପରୀକ୍ଷା ଦେଉଥିବା ଛାତ୍ରକୁ ଧରିଲା ଉଦିତନଗର ପୁଲିସ
ରାଉରକେଲା ଉଦିତନଗର ଥାନା ପୋଲିସ ଗତକାଲି ଅନୁଷ୍ଠିତ ନିଟ ପରୀକ୍ଷା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ବଦଳରେ ଅନ୍ୟଜଣେ ଯୁବକ ପରୀକ୍ଷା ଦେବା ଅଭିଯୋଗରେ ଆଜି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ଜଣା ପଡିଛି ଯେ ରାଉରକେଲାର ଡି.ଏ.ଭି. ପରୀକ୍ଷା କେନ୍ଦ୍ରରେ ନିଟ ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ମାନେ ପ୍ରବେଶ କରିବା ପରେ ଖାତାରେ ଦସ୍ତଖତ ବେଳେ ଏହି ଯୁବକଙ୍କର ହସ୍ତାକ୍ଷର ମେଳ ଖାଇନଥିଲା । ଏହାପରେ ହଲରେ ଥିବା ଅଧିକାରୀ ପରୀକ୍ଷା କତୃପକ୍ଷଙ୍କୁ ଜଣେଇଥିଲେ । ଧରାପଡିଥିବା ଯୁବକର ନାମ ରମେଶ କୁମାର । ତାର ଘର ରାଜସ୍ଥାନରେ ବୋଲି ପ୍ରାଥମିକ ତଦନ୍ତରୁ ଜଣ ପଡିଛି ।
ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିବା ସହିତ କେଉଁ ପରିସ୍ଥିତିରେ ଏବଂ କିଭଳି ସେ ପରୀକ୍ଷା ଦେବାକୁ ପହଞ୍ଚିଥିଲା ସେ ନେଇ ତଦନ୍ତ ଜାରି ରଖିଛି ।
Comments are closed.