ଉଦ୍ଧବଙ୍କୁ ପୁଣି ଝଟକା,ଦଳ ଛାଡ଼ିଲେ ସାଂସଦ

ପୁଣେ: ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପରେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିବାରେ ଲାଗିଛି। ବିଧାୟକଙ୍କ ପରେ ସାଂସଦମାନେ ମଧ୍ୟ ଉଦ୍ଧବଙ୍କ ଶିବିର ଛାଡି ଏକନାଥଙ୍କ କ୍ୟାମ୍ପରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଥାନେ ପରିଷଦର ୬୭ କର୍ପୋରେଟରୁ ୬୬ କର୍ପୋରେଟ ଉଦ୍ଧବ ଶିବିର ଛାଡି ଏକନାଥ କ୍ୟାମ୍ପରେ ସାମିଲ ହୋଇଛନ୍ତି। ମହାରାଷ୍ଚ୍ରରେ ମୁମ୍ବାଇ ପରେ ଥାନେ ହେଉଛି ଦ୍ୱିତୀୟ ସର୍ବବୃହତ ପରିଷଦ। ତେଣୁ ଉଦ୍ଧବ ନେତୃତ୍ୱାଧୀନ ଶିବସେନାକୁ ଗୋଟିଏ ବଡ ଝଟକା ଲାଗିଛି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୧୯୯୭ରେ ଥାନେରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏଠାକାର ବଡ ନେତା ଭାବେ ପରିଚିତ। ଏକନାଥ ସିନ୍ଦେ ୨୦୦୧ ଓ ୨୦୦୨ରେ ଥାନେ ମହାନଗର ନିଗମ ନିର୍ବାଚନରେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ଓ ୨୦୧୯ରେ ସେ ଥାନେର କୋପରୀ ପଚପାଖାଡି ଆସନରୁ ବିଜୟୀ ହୋଇଆସୁଛନ୍ତି।

Comments are closed.