ଯଦି ସାହସ ଅଛି ନିର୍ବାଚନ ଲଡ
ମୁମ୍ବାଇ: ମହାରାଷ୍ଟ୍ରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ପରେ ବି ସରିନି ରାଜନୀତି। ଏକନାଥ ସିନ୍ଦେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆସନ ହାତରୁ ଚାଲିଗଲା ପରେ ଜ୍ୱର ବାୟାରେ ତାଟିଆ କାମୁଡା ଭଳି ହେଉଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ। ଶବସେନା ବୈଠକରେ ଆଜି ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ଉଦ୍ଧବ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସାଂଘାତିକ ଅଭିଯୋଗ ଆଣିବା ସହ କହିଛନ୍ତି ଯେ, ଶିବସେନାକୁ ଶେଷ କରିଦେବାକୁ ବିଜେପି ଚାହୁଁଥିବା ସେ କହିଛନ୍ତି। ଜିଲ୍ଲା ସଭାପତିଙ୍କ ସହ ବୈଠକ କରି କିଛି ଏଭଳି କହିଛନ୍ତି ଉଦ୍ଧବ । ଶିବସେନାକୁ ଆହୁରି ସୁଦୃଢ କରିବାକୁ ଜିଲ୍ଲା ସଭାପତି ମାନଙ୍କୁ ଆହ୍ୱାନ ଦେଇଛନ୍ତି ଉଦ୍ଧବ ଠାକରେ। ଏହାସହ ଯଦି ସାହସ ଅଛି ତେବେ ନିର୍ବାଚନ ଲଢିକି ଦେଖାନ୍ତୁ ବୋଲି ଉଦ୍ଧବ ଉଭୟ ବିଜେପି ଓ ସିନ୍ଦେ ଗୋଷ୍ଠୀକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି।
Comments are closed.