ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ
ନୂଆଦିଲ୍ଲୀ/ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ଠାକରେ ସରକାରଙ୍କର ହେବାକୁଥିଲା ଫ୍ଲୋର ଟେଷ୍ଟ । ଦିନ ୧୧ଟାରୁ ଏହା ଆରମ୍ଭ ହେବାର ଥିଲା । ଗତକାଲି ସୁପ୍ରିମ କୋର୍ଟ ଏ ନେଇ ରାତି ୯ଟାରେ ରାୟ ଦେଇଥିଲେ । ଫ୍ଲୋର ଟେଷ୍ଟ ଘୁଞ୍ଚାଇବାକୁ ଶିବସେନା ତରଫରୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା ।
ତେବେ ସେହି ଆଶାକୁ ଧୂଳିସାତ୍ କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିର୍ଦ୍ଦେଶ ଦେଇଥିଲେ । ଫଳରେ ଗତକାଲି ରାତି ୯ଟାରେ ସୁପ୍ରିମ କୋର୍ଟଙ୍କ ରାୟ ପରେ ନିଜର ମତ ରଖି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ । ସେ ଫେସବୁକ୍ରେ ଲାଇଭ୍ କରି ନିଜ ଇସ୍ତଫା କଥା ଘୋଷଣା କରିଛନ୍ତି ।
ଏହି ଘୋଷଣା ପରେ ଉଦ୍ଧବ ବିଧିବଦ୍ଧ ଭାବେ ଇସ୍ତଫା ପତ୍ର ଦେବା ପାଇଁ ରାଜଭବନ ଯାଉଥିବାର ସୂଚନା ମିଳିଛି ।
Comments are closed.