ଶରତ ପାୱାରଙ୍କୁ ଭେଟିଲେ ଉଦ୍ଧବ
ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଟଳିବାର ନାଁ ଧରୁନି। ଏହାରି ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମହାରାଷ୍ଟ୍ର ମୁଖ୍ରମନ୍ତ୍ରୀ ଉଦ୍ଧବ ଠାକରେ ଭେଟି ଦଳ ଭିତରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଉଦ୍ଧବ ଠାକରରେ ଆସନ୍ତା କାଲି ଦଳର ଜାତୀୟ କାର୍ଯ୍ୟକାରିଣୀ ଡକାଇଛନ୍ତି । ଏହି ବୈଠକରେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ହୋଇପାରେ। ଆଜି ଏନସିପି ପ୍ରମୁଖ ଶରଦ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭେଟି ରାଜ୍ୟର ରାଜନୈତିକ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ।
ଅନ୍ୟପକ୍ଷରେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଆସନ୍ତା କାଲି ବିଧାନସଭା ଉପବାଚସ୍ପତିଙ୍କୁ ହଟାଇବାକୁ ଏକ ସଂକଳ୍ପ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଜଣକ ପରେ ଜଣେ ବିଧାୟକ ଛାଡି ଚାଲିଯାଉଥିଲେ ବି ଶିବସେନା ମଜଭୁତ ଥିବା ଉଦ୍ଧବ ଦାବି କରୁଛନ୍ତି। ଏଥିରେ ୧୬ ବିଦ୍ରେହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଉପବାଚସ୍ପତିଙ୍କୁ ପତ୍ର ଲେଖା ଯାଇଥିବା ବେଳେ ଏକନାଥ ସିନ୍ଦେ ଗୌହାଟିରେ ରହି ନିଜକୁ ବିଧାୟକ ଦଳ ନେତା ଦାବି କରୁଛନ୍ତି।
Comments are closed.