ଉଦ୍ଧବଙ୍କୁ କରୋନା
ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କୋଭିଡ୍-୧୯ ପଜିଟିଭ୍ ବାହାରିଥିବା କଥା ଆଜି ବରିଷ୍ଠ କଂଗ୍ରେସ ନେତା କମଲ୍ ନାଥ କହିବା ସହ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ରାଜନୈତିକ ସଙ୍କଟ ବୃଦ୍ଧି ପାଉଥିବା ବେଳେ ସେ ତାଙ୍କୁ ଭେଟିବାକୁ ଅସମର୍ଥ ହୋଇଥବା କଥା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ ଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ଭଙ୍ଗ କରାଯିବାର ପ୍ରସ୍ତାବ ନାହିଁ।
ସେଥିପାଇଁ ଶିବସେନା ନେତା ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ କ୍ୟାବିନେଟ୍ ବୈଠକରେ ଯୋଗ ଦେବା ପାଇଁ ସ୍ଥିର କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି
Comments are closed.