ମମତାଙ୍କ ବୈଠକରେ ଯୋଗ ଦେଲେ ନାହିଁ ଉଦ୍ଧବ ଠାକରେ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ବୈଠକ କରିବାକୁ ଯାଉଛନ୍ତି ଯେଉଁଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୋଗଦେବେ ନାହିଁ। ଏହି ବୈଠକ ଜୁନ୍ ୧୫ ରେ ଅନୁଷ୍ଠିତ ହେବ । ଶିବସେନାଙ୍କ ତରଫରୁ କିଏ ଏହି ବୈଠକରେ ଯୋଗଦେବେ, ତାହା ବର୍ତ୍ତମାନ ସ୍ଥିର ହୋଇନାହିଁ। କିନ୍ତୁ ନିଷ୍ପତ୍ତି ନିଆଯାଇଛି ଯେ ସିଏମ୍ ଉଦ୍ଧବ ଠାକରେ ବୈଠକକୁ ଯିବେ ନାହିଁ।

ଶିବସେନା ସୂତ୍ର ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଏକ କାର୍ୟ୍ୟକ୍ରମ ଜୁନ୍ ୧୫ ରେ ସ୍ଥିର ହୋଇସାରିଛି, ଯେଉଁଥିପାଇଁ ସେ ଏହି ସଭାରେ ଯୋଗଦେବେ ନାହିଁ। ତେଣୁ ଏଥି ସହ ଶିବସେନା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ବୈଠକରେ ବିରୋଧୀ ଯେଉଁ ରାଷ୍ଟ୍ରପତିଙ୍କ ପାଇଁ ପ୍ରାର୍ଥୀ ନାମରେ ଚୟନ କରିବେ, ଶିବସେନା ଏହା ସହ ଦୃଢ ଭାବରେ ସମର୍ଥନ କରିବ।

Comments are closed.