ଶପଥ ଗ୍ରହଣ କଲେ ଉଦୟ ଉମେଶ ଲଳିତ

ନୂଆଦିଲ୍ଲୀ: ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି।
ନଭେମ୍ବର ୮ ତାରିଖ ଦିନ ଅବସର ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଦ୍ବାରା ଶପଥ ପାଠ କରିଥିବା ବିଚାରପତି ଲଳିତ ୭୪ ଦିନ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରିବେ।

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ବିଚାରପତି ଲଳିତ ଶପଥ ଗ୍ରହଣ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ, ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି. ରମନା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଚାରପତି ଡି. ୱାଇଐ ଚନ୍ଦ୍ରଚୂଡ଼, ଏସ୍‌. ଅବ୍ଦୁଲ୍‌ ନାଜୀରଙ୍କ ଭଳି ସୁପ୍ରିମ୍‌ କୋର୍ଟର ବିଚାରପତି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ଅଗଷ୍ଟ ୨୬ ତାରିଖରେ ଅବସର ଗ୍ରହଣ କରିଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତିଙ୍କ ଅନୁମୋଦନକ୍ରମେ ବିଚାରପତି ଲଳିତଙ୍କୁ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯିବ ବୋଲି ଅଗଷ୍ଟ ୧୦ ତାରିଖ ଦିନ ଔପଚାରିକ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Comments are closed.