ପୁଲିସ ପଞ୍ଝାରେ ଦୁଇ ISI ଏଜେଣ୍ଟ
ଜୟପୁର: ସ୍ୱାଧୀନତା ଦିବସ ପୂର୍ବରୁ ପୁଲିସକୁ ମିଳିଛି ବଡ ସଫଳତା। ପଣ୍ଡ ହେଲା ଆତଙ୍କବାଦୀ ଆକ୍ରମଣ। ଧରାପଡିଲେ ଦୁଇ ଆଇଏସ୍ଆଇ ଏଜେଣ୍ଟ। ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ରାଜସ୍ତାନରୁ ଦୁଇ ଜଣ ସନ୍ଦିଗ୍ଧକୁ ପୁଲିସ ଗିରଫ କରିଛି। ଧରାପଡିଥିବା ଦୁଇ ଅଭିଯୁକ୍ତ ଭିଲୱାଡା ବାସିନ୍ଦା ୨୭ ବର୍ଷିୟ ନାରାୟଣ ଲାଲ ଗଦରି ଓ ଜୟପୁରର ୨୪ ବର୍ଷିୟ କୁଲଦୀପ ସିଂହ ଶେଖାୱତ ବୋଲି ଜଣାପଡିଛି। ଗୁପ୍ତଚର ଏଜେନ୍ସି ସେମାନଙ୍କୁ ମିଳିତ ଭାବେ ପଚରାଉଚରା ଜାରି ରଖିଛି।
ଅଧିକାରୀ କହିଛନ୍ତି ଯେ ଗଦରୀ ପାକିସ୍ତାନୀ ହ୍ୟାଣ୍ଡେଲର୍ସମାନଙ୍କୁ ଅନେକ କମ୍ପାନୀର ସିମ୍ କାର୍ଡ ଯୋଗାଉଥିଲା, ଯାହା ସୋସାଲ ମିଡିଆ ଆକାଉଣ୍ଟ ଚଳାଇବା ପାଇଁ ପାକିସ୍ତାନୀ ହ୍ୟାଣ୍ଡେଲର୍ ଦ୍ୱାରା ବ୍ୟବହୃତ ହୋଇଥିଲା।
ଅନ୍ୟପକ୍ଷରେ କୁଲଦୀପ ସିଂହ ଶେଖାୱତ ପାଲିର ଏକ ମଦ ଦୋକାନରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ। ସେ ଜଣେ ପାକିସ୍ତାନୀ ମହିଳା ହ୍ୟାଣ୍ଡେଲର୍ଙ୍କ ସହ ଯୋଗାଯୋଗରେ ଥିଲେ।
Comments are closed.