ବିଭିନ୍ନ ଦାବି ନେଇ ରେଳ ରୋକ୍

ଗଜପତି : ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ରେଳ ରୋକ୍। ପୁରୀ-ଗୁଣୁପୁର ପ୍ଯାସେଞ୍ଜର ଟ୍ରେନ୍ କୁ ରୋକିଛନ୍ତି ଆନ୍ଦୋଳନକାରୀ। ବିଭିନ୍ନ ଦାବି ନେଇ ସକାଳ ୬ଟାରୁ ସ୍ଥାନୀୟ ବାସିନ୍ଦା ରେଳ ରୋକ୍ ଆରମ୍ଭ କରିଛନ୍ତି।

ପାରଳାଖେମୁଣ୍ଡି ଷ୍ଟେସନରେ ପ୍ଲାଟଫର୍ମ ଉଚ୍ଚତା ବଢାଇବା, ସ୍ବଚ୍ଛ ପାନୀୟ ଜଳ ଷ୍ଟେସନରେ ଯୋଗାଇବା, ଉତ୍ତମ ପ୍ରେକ୍ଷାଳୟର ନିର୍ମାଣ ଆଦି ପ୍ରମୁଖ ଦାବିରେ ରେଳ ରୋକ୍ କରିଛନ୍ତି ।

Comments are closed.