ଟ୍ରେନ୍ ରହଣି ଦାବିରେ ରେଳ ରୋକ
ସୋର : ଆଜି ସକାଳ ୭ :୩୦ ରୁ ସୋର ଷ୍ଟେସନ ଲେବୁଲ କ୍ରସିଂ ଠାରେ ଅନିର୍ଦ୍ଧିଷ୍ଟ ରେଳ ରୋକ ଆରମ୍ଭ ହୋଇଛି । ନାଗରିକ ମଞ୍ଚ ପକ୍ଷରୁ ରେଳ ରୋକ କରାଯାଇଛି । ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି, ଷ୍ଟେସନର ଉନ୍ନତି କରଣ ଦାବିରେ ରେଳ ରୋକ ହୋଇଛି । ରେଳରୋକ ଯୋଗୁ ବ୍ୟାପକ ଆରପିଏଫ ଜିଆରପି ମୁତୟନ । ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର ଦାବିକୁ ରେଳବାଇ ପ୍ରତ୍ୟଖ୍ୟାନ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
କରୋନା ପୂର୍ବରୁ ରହୁଥିବା ଏକ୍ସପ୍ରେସ ଟ୍ରେନ ବାତିଲକୁ ପୁଣି ରହଣି ଦାବି ହେଉଛି । ରେଳ ରୋକ ସମାଧାନ ବତ୍ତମାନ ସୁଦ୍ଧା ସମାଧାନ ବାହାରିନି । ଯାହାଫଳରେ ଚେନାଇ ହଉଡା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
Comments are closed.