ଆଜି ହେଉଛି ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ
୨୦୦୦ ଅଗଷ୍ଟ ୩୦ରେ ଭାରତ ସରକାର ଦେଶପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଦେଶର କ୍ଷୁଦ୍ର ବେପାର ଗୁଡ଼ିକର ଉନ୍ନତି ପାଇଁ କେନ୍ଦ୍ର ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଯୋଜନା ହୋଇଥିଲା । ମୁଖ୍ୟତଃ ଦେଶର ବେକାର ଯୁବପିଢ଼ିଙ୍କୁ ନିଯୁକ୍ତି ଦେବାପାଇଁ କ୍ଷୁଦ୍ର ଶିଳ୍ପ ଗୁଡ଼ିକୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ।
ଏ ଦିଗରେ ସଚେତନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୩୦କୁ ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ ଭାବେ ପାଳନ କରାଯାଉଛି । କ୍ଷୁଦ୍ର ଶିଳ୍ପକୁ ପରିଚାଳନା କରି ଏବେ ଯୁବପିଢ଼ି ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି । ଗାଁ ଠାରୁ ସହର ଆଉ କେହି ବେକାର ରହୁନାହାନ୍ତି । ଯାହା ଆମ ଦେଶର ଅର୍ଥନୀତି ଉପରେ ମଧ୍ୟ ସଠିକ ପ୍ରଭାବ ପକାଉଛି ।
Comments are closed.