କୋଟିଏ ଟଙ୍କାରେ ନିଲାମ ହେଲା ଟିପୁ ସୁଲତାନଙ୍କ ଖଣ୍ଡା

ଇଂଲଣ୍ଡ: ଇଂଲଣ୍ଡର ଖ୍ରୀଷ୍ଟି ନିଲାମ ହାଉସରୁ ରତ୍ନ ଓ ଏନାମେଲରେ ନିର୍ମିତ ଖଣ୍ଡା ୧୦୦,୮୦୦ବ୍ରିଟିଶ ପାଉଣ୍ଡ (ପ୍ରାୟ ୧,୯ କୋଟି ଟଙ୍କା)ରେ ନିଲାମ ହୋଇଛି। ମହୀଶୂରର ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ଏହି ଖଣ୍ଡା ବୋଲି କୁହାଯାଉଛି।

ପୋର୍ଟ ଏଲିଅଟ ଇଷ୍ଟେଟର ମୁଖପାତ୍ର କହିଛନ୍ତ, ଏହି ଖଣ୍ଡା ପ୍ରଥମେ ଟିପୁ ସୁଲତାନଙ୍କର ଥିଲା। ପରେ ଚାଲର୍‌ସ, ପ୍ରଥମ ମାର୍କସ କର୍ଣ୍ଣୱାଲିସ ଏବଂ ୨ୟ ଆର୍‌ କର୍ଣ୍ଣୱାଲିସ କେଜି ପିସିଙ୍କୁ ଭେଟି ଦିଆଯିବା ପରେ ଏଲିଅଟ ପରିବାର ପାଖରେ ରହିଥିଲା। ବର୍ତ୍ତମାନ ଏହା କୋଟିଏ ଟଙ୍କା ବିନିମୟରେ ନିଲାମ ହୋଇଛି।

Comments are closed.