ସୁଟିଂ ସମୟରେ ଟାଇଗର ଆହତ

ଅଭିନେତା ଟାଇଗର ଶ୍ରଫ ବି ଟାଉନରେ ବେଶ୍‌ ଚର୍ଚ୍ଚିତ। ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଟାଇଗର ଶ୍ରଫ୍‌ ଆକ୍ସନ୍‌ ଷ୍ଟାର ଭାବେ ଜଣାଶୁଣା। ଫିଲ୍ମ ‘ହିରୋପନ୍ତି’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ନିଜର ଆକ୍ସନ ଏବଂ ଡ୍ୟାନ୍ସିଂ ଅନ୍ଦାଜ ଯୋଗୁଁ ଇଣ୍ଡଷ୍ଟ୍ରୀରେ ବହୁତ କମ୍‌ ସମୟ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ଟାଇଗରଙ୍କ ହାତରେ ବହୁତଗୁଡାଏ ପ୍ରୋଜେକ୍ଟ। ଯାହାର ସୁଟିଂ ପାଇଁ ଦିନରାତି ବ୍ୟସ୍ତ ରହିଛନ୍ତି ଟାଇଗର। ଏବେ ଟାଇଗରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଫ୍ୟାନ୍ସ ଚିନ୍ତାରେ ପଡିଛନ୍ତି।

ଟାଇଗର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଟାଇଗରଙ୍କ ମୁହଁରୁ ରକ୍ତ ଝରୁଥିବା ନଜର ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଟାଇଗରଙ୍କ ଫ୍ୟାନ୍‌ ଚିନ୍ତିତ ହୋଇପଡିଛନ୍ତି। କିନ୍ତୁ ଆପଣମାନେ ବିଲକୁଲ୍‌ ଚିନ୍ତା କରିବା ଦରକାର ନାହିଁ। ଏହି ଭିଡିଓ ସତରେ ନୁହେଁ ବରଂ ଫିଲ୍ମର ସୁଟିଂ ପାଇଁ କରାଯାଇଛି।

ଟାଇଗର ଶ୍ରଫ ଏବେ ଅପକମିଂ ଫିଲ୍ମ ‘ଗଣପତ-ପାର୍ଟ ୧’ର ସୁଟିଂ କରିବାରେ ବ୍ୟସ୍ତ ରହିଛନ୍ତି। ଟାଇଗର ସେୟାର କରିଥିବା ଏହି ଭିଡିଓ ଫିଲ୍ମର ସୁଟିଂ ସମୟର ରହିଛି। ଫିଲ୍ମରେ ଟାଇଗରଙ୍କ ଜବରଦସ୍ତ ଆକ୍ସନ ଷ୍ଟଣ୍ଟ ଦେଖିବାକୁ ମିଳିଛି। ଯାହା ଲୋକଙ୍କ ହୃଦୟ ଜିତିଛି। ଏହି ଫିଲ୍ମରେ ଟାଇଗରଙ୍କ ସହିତ କୃତି ସାନନ ନଜର ଆସିଛନ୍ତି। ଏହାଛଡା ଟାଇଗରଙ୍କ ପାଖରେ ‘ବଡେ ମିଆଁ ଔର ଛୋଟେ ମିଆଁ’ ଫିଲ୍ମ ରହିଛି।

Comments are closed.