ଘରର କବାଟ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା 

ପାଟଣା- କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଶ୍ୟାମସୁନ୍ଦର ପୁର ଗ୍ରାମରେ ଆଜି ଦିବାଲୋକରେ ଘରର କବାଟ ତାଡ଼ି କଳାକନା ବୁଲାଇ ଛନ୍ତି ଦୁବୃର୍ତ୍ତ । ଗ୍ରାମର ଟଙ୍କଧର ମହାନ୍ତ ଙ୍କ ପରିବାର ଲୋକେ ଖରାଟିଆ ଚାଷ ପାଇଁ ବିଲକୁ ଯାଇଥିବା ବେଳେ ଘରର କବାଟ ତାଡ଼ି ଘର ଭିତରେ ପଶି ଗଡରେଜ ଭାଙ୍ଗି ନଗଦ ୪୦ ହଜାର ଟଙ୍କା ସହ ପାଖାପାଖି ୨ ଲକ୍ଷ ଟଙ୍କା ର ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଏନେଇ ଘର ମାଲିକ ଟଙ୍କଧର ତୁରୁମୁଙ୍ଗା ଥାନା ରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣା ତଦନ୍ତ ଚଳାଇଥିବା ବେଳେ ଦୁବୃର୍ତ୍ତ ଚୋର ଙ୍କ ଟେର ପାଇ ନଥିବା ଜଣାପଡ଼ିଛି ।

ସେହପରି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ବଡ଼ ଧରଣର ଲୁଟ । ନାରାୟଣ ମହାନ୍ତ ଙ୍କ ଭଡ଼ା ଘରୁ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ କୋଠରୀରେ ଥିବା ଏକ ବାକ୍ସକୁ ତାଡ଼ି ଭିତରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା ଲୁଟ ନେଇଛନ୍ତି । ଏନେଇ ତୁରୁମୁଙ୍ଗା ଥାନାରେ ଶ୍ରୀ ମହାନ୍ତ ଏକ ଚୋରୀ ମାମଲା ର ଅଭିଯୋଗ ଦେଇଛନ୍ତି। ତେବେ ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।

Comments are closed.