ଭାରତକୁ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି
ୱାସିଂଟନ୍: ୭୬ତମ ସ୍ବାଧୀନତା ଦିବସ ଉପଲେକ୍ଷେ ଭାରତକୁ ଶୁଭେଚ୍ଛା ଜଣାଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ସେମାନଙ୍କ ଦେଶକୁ ଆହୁରି ଉଗ୍ର-ଆଧୁନିକ, ପରିପୂର୍ଣ୍ଣ ଏବଂ ବଳିଷ୍ଠ କରିଛନ୍ତି।
ଭାରତର ସ୍ବାଧୀନତା ଦିବସ ଅବସରରେ ଆଜି ଏକ ବିବୃତିରେ ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ପ୍ରାୟ ଚାରି ନିୟୁତ ସୁଖୀ ଭାରତୀୟ-ଆମେରିକୀୟମାନଙ୍କ ସମେତ ସମଗ୍ର ବିଶ୍ବରେ ଥିବା ଜନତା ଅଗଷ୍ଟ ୧୫ ତାରିଖରେ ଭାରତର ସ୍ବାଧୀନତା ଦିବସର ୭୫ତମ ବାର୍ଷିକୀ ପାଳନ କରୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କ କାଳଜୟୀ ବାର୍ତ୍ତା ସତ୍ୟ ଓ ଅହିଂସା ମାର୍ଗରେ ପରିଚାଳିତ ଭାରତର ଗଣତାନ୍ତ୍ରିକ ଯାତ୍ରା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭାରତବାସୀଙ୍କ ସହିତ ଯୋଗ ଦେଉଛି।
ବାଇଡେନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛି। ଦୁଇ ଦେଶର କୂଟନୈତିକ ଭିତ୍ତି ହେଉଛି, ଆଇନର ଶାସନ ଏବଂ ମାନବ ସ୍ବାଧୀନତା ଏବଂ ମର୍ଯ୍ୟାଦାର ପ୍ରସାର ପ୍ରତି ପ୍ରତିବଦ୍ଧତା। ଭାରତ ଓ ଆମେରିକାର ସମ୍ପର୍କକୁ ଗୁରୁତ୍ବପୂର୍ଣ୍ଣ ବୋଲି କହି ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ଜନସାଧାରଣଙ୍କ ନିବିଡ଼ ବନ୍ଧନଦ୍ବାରା ଆମର ବନ୍ଧୁତ୍ବ ଆହୁରି ସୁଦୃଢ଼ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଆମକୁ ଆହୁରି ଉଗ୍ର-ଆଧୁନିକ, ପରିପୂର୍ଣ୍ଣ ଏବଂ ବଳିଷ୍ଠ କରିଛନ୍ତି।
Comments are closed.