ବାଲେଶ୍ୱର: ରାଜ୍ୟରେ ଜୀବଜନ୍ତୁ ଚାଲାଣ ଧିରେ ଧିରେ ବଢ଼ିବାରେ ଲାଗିଛି । ଏହି ର୍ୟାକେଟର ଟେର ପାଉନି ବନ ବିଭାଗ । ଯାହା ଏବେ ଚିନ୍ତାର କାରଣ ସାଜିିଛି । ରାଜ୍ୟରୁ ଜୀବଜନ୍ତୁଙ୍କୁ ବାହାର ରାଜ୍ୟକୁ କରାଯାଉଛି ଚାଲାଣ ।
୧୯୭୨ରୁ ୱାଇଲ୍ଡ ଲାଇଫ ପ୍ରେଟେକ୍ସନ ଆକ୍ଟରେ ଜୀବଜନ୍ତୁଙ୍କର ବେଆଇନ ଚୋରା ଚାଲାଣ ଆଇନତଃ ଏକ ଅପରାଧ ବୋଲି ଲିଖିତ ଅଛି । ଏହା ସହିତ ଅପରାଧିକୁ କଠୋର ଦଣ୍ଡ ବିଧାନ ମଧ୍ୟ ରହିଛି । କିନ୍ତୁ ଆଇନ କେବଳ ବହିରେ ବନ୍ଧା ହୋଇ ରହିଯାଇଛି । ଉଚିତ ଦଣ୍ଡ ବିଧାନ ନହେବା ହେତୁ ର୍ୟାକେଟର ଚେର ଲମ୍ବି ଲମ୍ବି ଯାଉଛି । ବାଲେଶ୍ୱର ରେମୁଣାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଉଦ୍ଧାର ୮୭ଟି କଇଁଛ । ଜଳେଶ୍ୱର ବନ ବିଭାଗ ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଜବତ କରିଛି ।
ଆଜି କଇଁଛ ଚାଲାଣ ହେଉଥିବା ଖବର ପାଇ ସଜବାଜ ହୋଇଥିଲା ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ନିକଟରେ ଚେକିଂକୁ କଡାକଡି କରାଯାଇଥିଲା । ଏହି ସମୟରେ ପହଞ୍ଚିଥିବା ଏକ ଗାଡିକୁ ଚେକିଂ ବେଳେ ସେଥିରୁ ଯାହା ଦେଖିଲେ ସେଥିରେ ବନ କର୍ମଚାରୀଙ୍କ ଆଖି ଖୋସି ହୋଇଥିଲେ ଗାଡି ଡାଲାରେ ପୁଳା ପୁଳା କଇଁଛ ଥିବା ବେଳେ ସେମାନଙ୍କୁ ବାନ୍ଧି ବସ୍ତାରେ ପଶାଇ ନିଆଯାଉଥିଲା ।
ବନ କର୍ମଚାରୀ ସମସ୍ତ କଇଁଛଙ୍କୁ ଉଦ୍ଧାର କରି ଗଣିବା ବେଳକୁ ୮୭ଟି କଇଁଛ ଥିବା ଜଣାପଡିଲା । ଏହି ଘଟଣାରେ ବନ ବିଭାଗ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଛନ୍ତି । ପଚରାଉଚରା ବେଳେ କଇଁଛ ଗୁଡିକୁ କେଜିପ୍ରତି ୨୫୦ଟଙ୍କା ହିସାବରେ କିଣିଥିବା ବ୍ୟକ୍ତିଜଣକ ସୂଚନା ଦେଇଛନ୍ତି ।
Comments are closed.