ମଣିପୁରରେ ସ୍ଥିତି ସାଙ୍ଘାତିକ, ଲୁଟିନେଲେ ପୋଲିସ ଗୁଳି ବନ୍ଧୁକ

ଇମ୍ଫାଲ୍‌: ମଣିପୁର ରାଜ୍ୟରେ ସଦ୍ୟତମ ଅସ୍ତ୍ରଶସ୍ତ୍ର ଲୁଟ୍‌ ଘଟଣାରେ ଉତ୍ତ୍ୟକ୍ତ ଜନତା ବିଷ୍ଣୁପୁର ଜିଲ୍ଲାରେ ଥିବା ପୁଲିସ ଅସ୍ତ୍ରାଗାରରେ ପଶି ‘ଏ.କେ.’ ଓ ‘ଘାତକ’ ସିରିଜ୍‌ର ‘ଆସଲ୍‌ଟ୍‌ ରାଇଫଲ୍‌’ ସହିତ ୧୯୦୦୦ରୁ ଅଧିକ ବିଭିନ୍ନ ଆକାରର ଗୁଳି ଲୁଟି ନେଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଉତ୍ତ୍ୟକ୍ତ ଜନତା ନରଣସେନିଆସ୍ଥିତ ‘ସେକେଣ୍ଡ୍‌ ଇଣ୍ଡିଆ ରିଜର୍ଭ ବାଟାଲିୟାନ୍‌’ର (ଆଇଆର୍‌ବି) ମୁଖ୍ୟାଳୟରେ ଥିବା ଅସ୍ତ୍ରାଗାରରେ ପଶିଥିଲେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ଜଣେ ସରକାରୀ ଅଧିକାରୀ ‘ପିଟିଆଇ’କୁ କହିଛନ୍ତି ଯେ, ଚୁରାଚାନ୍ଦପୁରରେ ଯୋଜନା କରାଯାଇଥିବା ଗଣସମାଧି ପୂର୍ବରୁ ଉତ୍ତ୍ୟକ୍ତ ଜନତା ବିଭିନ୍ନ ଆକାରର ୧୯,୦୦୦ ରାଉଣ୍ଡ୍‌ରୁ ଅଧିକ ଗୁଳି, ଗୋଟିଏ ‘ଏ.କେ.’ ସିରିଜ୍‌ ରଇଫଲ୍‌, ୩ଟି ‘ଘାତକ’ ରାଇଫଲ୍‌, ୧୯୫ଟି ‘ସେଲ୍‌ଫ୍‌-ଲୋଡିଙ୍ଗ୍‌ ରାଇଫଲ୍‌, ୫ଟି ‘ଏମ୍‌ପି-୫ ବନ୍ଧୁକ’, ୧୬ଟି ‘୯ଏମ୍‌ଏମ୍‌’ ପିସ୍ତଲ୍‌, ୨୫ଟି ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌, ୨୧ଟି କାର୍ବାଇନ୍‌, ୧୨୪ଟି ହ୍ୟାଣ୍ଡ୍‌ ଗ୍ରେନେଡ୍‌ ଏବଂ ଆହୁରି ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି।

Comments are closed.