ମାଛର ଦାମ୍ ୩ ଲକ୍ଷ,ଜାଣନ୍ତୁ କେଉଁ ମାଛ

ଚାନ୍ଦବାଲି(ମହକ ଟିଭି): ଗୋଟିଏ ମାଛର ଦାମ୍‌ ୩ ଲକ୍ଷ ଟଙ୍କା । ଏହି ଦାମି ମାଛର ନାଁ ହେଉଛି ତେଲିଆ ମାଛ । ପ୍ରାୟ ୩୨ କିଲୋ ଓଜନର ଏହି ମାଛଟି ଭଦ୍ରକ ଜିଲ୍ଲା ଧାମରା ଚାନ୍ଦିନୀପାଳ ମାଛଧରା ଜେଟିରେ ବିକ୍ରି ହୋଇଛି। ଏହି ମାଛ ସହଜରେ ଜାଲରେ ପଡେନି ।

ମାଛ ଧରାଯିବା ପରେ ଏହାକୁ କୋଲକାତାର ଏକ କମ୍ପାନୀ ୩ଲକ୍ଷ ୧୦ହଜାର ଟଙ୍କାରେ ଏହି ତେଲିଆ ମାଛକୁ କିଣିଛି। ମାଛର ପୁଟିରେ ରହିଥିବା ଔଷଧୀୟ ଗୁଣ ଯୋଗୁ ବାହାର ଦେଶକୁ ପଠାଯାଇଥାଏ । ଚାନ୍ଦବାଲିରେ ମତ୍ସ୍ୟଜୀବୀଙ୍କ ମନ କୁଣ୍ଢେମୋଟ

Comments are closed.