ଗ୍ରାମବାସୀଙ୍କୁ ଔଷଧ ଫୋପାଡ଼ିଲେ ଡାକ୍ତରୀଟିମ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଉଛୁଳା ନାଳ ଯୋଗୁ ରୋଗୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିଲେ ମେଡିକାଲ ଟିମ୍‌। ଗତ ରବିବାରଠୁ ନାଳ ଅପରପାର୍ଶ୍ୱରେ ରହି ମେଡିକାଲ ଟିମ୍ ଡାକବାଜି ଯନ୍ତ୍ର ତଥା ଫୋନ୍ ଯୋଗେ ଗ୍ରାମବାସୀଙ୍କ ସହିତ ଯୋଗାଯୋଗ କରୁଥିଲେ ତଥା ପଲିଥିନରେ ଔଷଧ ଭର୍ତ୍ତି କରି ନାଳ ଆରପାର୍ଶ୍ୱକୁ ଫୋପାଡ଼ୁ ଥିଲେ। ଏନେଇ ଖବର ପ୍ରସାରଣ ପରେ ଶେଷରେ ନାଳରେ ଅସ୍ଥାୟୀ ପୋଲ କରାଯାଇଛି। ଫଳରେ ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।

ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ନଦୀ ଉପରେ ଏକ ବିଦ୍ୟୁତ୍‌ ଖୁଣ୍ଟ ଏବଂ ଦୁଇଟି କାଠଗଣ୍ଡି ପକାଯାଇ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି । ଏହି ବିପଦସଙ୍କୁଳ ଅସ୍ଥାୟୀ ପୋଲକୁ ଅତିକ୍ରମ କରି ମେଡିକାଲ ଟିମ୍‌ ତୁଳସୀପଦର ଗାଁରେ ପହଞ୍ଚି ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି।

Comments are closed.