ଡିଏମ୍‌ୟୁ ଟ୍ରେନ୍‌ରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଡିଏମ୍‌ୟୁ ଟ୍ରେନ୍‌ରେ ଲାଗିଲା ନିଆଁ। ଟ୍ରେନ୍‌ ଇଂଜିନରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଫିଳରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଛନ୍ତି। ବିବାହାର ଭେଲୱା ରେଳଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ, ରକ୍‌ସୌଲ୍‌ରୁ ନରକଟୀକଗଞ୍ଜ ଯାଉଥିବା ‘ଡିଏମ୍‌ୟୁ’ ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ଖବର ପାଇବା ପରେ ଅଗ୍ନି‌ଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

Comments are closed.