କଫିନରେ ଉଠି ବସିଲା ମରିଯାଇଥିବା ଝିଅ !

କଫିନରେ କବର ଦେବା ପୂର୍ବରୁ ଉଠି ବସିଲା ମୃତ ଝିଅ । ଏହା ଦେଖି ଶୋକ ସଭାରେ ଥିବା ସମସ୍ତ ବ୍ୟକ୍ତି ବିଶେଷ ଆଶ୍ଚର୍ଯ୍ୟ । ଏଭଳି ବିଚିତ୍ର ଘଟଣା ମେକ୍ସିକୋରେ ଘଟିଛି ।

ତିନି ବର୍ଷର ଝିଅ କେମେଲିୟା ରୋକ୍ସାନାଙ୍କ ପେଟରେ ଖୁବ ଯନ୍ତ୍ରଣା ହେଲା । ବାପା-ମା’ ବିଳମ୍ବ ନକରି ତାଙ୍କୁ ସଙ୍ଗେ ସଙ୍ଗେ ଘର ପାଖ ଚିକିତ୍ସାଳୟ ନେଇ ଆସିଥିଲେ । ଚିକିତ୍ସା ଚାଲିଥିବା ଭିତରେ କେମେଲିୟା ପ୍ରାଣ ହରାଇଲେ । ଡ଼ାକ୍ତର ଏକଥା ତାଙ୍କ ଘର ଲୋକଙ୍କୁ ଜଣାଇବା ପରେ ସେମାନେ ଝିଅର ମୃତ୍ୟୁ ଖବରକୁ ଗ୍ରହଣ କରିପାରୁ ନଥିଲେ । ପ୍ରିୟଜନ ମାନେ ଆସି ଏହି ଦମ୍ପତିଙ୍କୁ ସାନ୍ତ୍ୱନା ଦେବା ସହ କେମେଲିୟାଙ୍କ ଶେଷ କୃତ୍ୟ ପ୍ରସ୍ତୁତ କଲେ । କେମେଲିୟାଙ୍କ ମା’ କାନ୍ଦିକାନ୍ଦି ସଂଜ୍ଞାହୀନ ହୋଇପଡ଼ୁଥାନ୍ତି ।

ମୃତ ଝିଅକୁ ଯେତେବେଳେ କଫିନରେ ରଖାଗଲା, ତାଙ୍କ ମା’ କହିଲେ ମୋ ଝିଅର ହାତ ଗୋଡ଼ ଏପାଖସେପାଖ ହେଉଛି । ସେ ଜୀବିତ ଅଛି । ଅନ୍ୟମାନେ ଭାବିଲେ, ଏହା ବୋଧହୁଏ ତାଙ୍କ ମନର ଭ୍ରମ । ହେଲେ କିଛି କ୍ଷଣ ପରେ କଫିନରେ କେମେଲିୟା ସିଧା ଉଠି ବସି ତାଙ୍କ ମା-ବାପାଙ୍କୁ ଡ଼ାକିଲେ । ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି । ବାପା-ମା’ ଦଉଡ଼ିଯାଇ ଝିଅକୁ କୋଳେଇ ଆଣିଥିଲେ । ଡ଼ାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି ଯେ ୧୨ ଘଣ୍ଟାରୁ ଅଧିକ ସମୟ କେମେଲିୟା ମୃତ ଅବସ୍ଥାରେ ଥିଲେ । କୌଣସି ଏକ ଚମତ୍କାରରେ ସେ ପୁର୍ନଜୀବନ ପାଇଛନ୍ତି ।

Comments are closed.