ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚ । ଅବହେଳିତ ଦର୍ଶାଇ ଉତ୍ତରବଙ୍ଗକୁ ଅଲଗା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଆଗାମୀ ଦିନରେ ଦୁଇ ଭାଗ ହୋଇଯିବ କି ପଶ୍ଚିମବଙ୍ଗ ? ରାଜ୍ୟରୁ ଅଲଗା ହୋଇ ଉତ୍ତରବଙ୍ଗ ହେବ କି ସ୍ବତନ୍ତ୍ର ରାଜ୍ୟ? ୯ଜିଲ୍ଲାକୁ ନେଇ ଗଠନ ହେବ କି ନୂଆ ରାଜ୍ୟ? ମମତା ବାର୍ନାଜୀଙ୍କ ଗଡ ପଶ୍ଚିମବଙ୍ଗକୁ ନେଇ ଏବେ ଏଭଳି ଆଶଙ୍କା ଉପୁଜିଛି କାରଣ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ପ୍ରଦେଶ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜମୁଦାର ଆଉ ନିଜ ଏଭଳି କିଛି ପ୍ରସ୍ତାବ ଦେଇଛନ୍ତି

ସେପଟେ ବିଜେପିର ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରିନି ଟିଏମସି । ଦଳକୁ ଅଲଗାବାଦୀ କହିଛି ତୃଣମୁଳ କଂଗ୍ରେସ । ରାଜନୈତିକ ଫାଇଦା ପାଇଁ ପଶ୍ଚିମବଙ୍ଗକୁ ଭାଗ ଭାଗ କରିବାକୁ ଷଡଯନ୍ତ୍ର ବିଜେପି କରୁଥିବା ଟିଏମସି ଅଭିଯୋଗ କରିଛି

ବିଜେପି ଯେତେ ଚେଷ୍ଟା କଲେ ବି ଦିଦିଙ୍କ ଗଡ଼ରେ ପଶିପାରୁନି । ସେ ବିଧାନସଭା ନିର୍ବାଚନ ହେଉ ଅଥବା ପଂଚାୟତ ଲଢ଼େଇ । ଏପରିକି ଲୋକସଭା ନିର୍ବାଚନରେ ମମତାଙ୍କୁ ଟକ୍କର ଦେଇପାରିଲାନି ମୋଦୀ ଟିମ । ତେଣୁ ଚର୍ଚ୍ଚା ହେଉଛି ଯଦି ଉତ୍ତରବଙ୍ଗକୁ ନେଇ ସ୍ବତନ୍ତ୍ର ରାଜ୍ୟ ଗଠନ କରାଯିବ ଓ ପୂର୍ବୋତର ରାଜ୍ୟରେ ସାମିଲ କରାହେବ ତେବେ ଏହାର ବଡ ଲାଭ ସିଧାସଳଖ ବିଜେପିକୁ ମିଳିବ ।

 

Comments are closed.