ବାହାନଗା ଟ୍ରେନ ଦୁର୍ଘଟଣା ; ୨୮ ମୃତ ଦେହର ହେଲା ଶବ ସତ୍କାର

ବାହାନଗା ଟ୍ରାଜେଡିର ଅପରିଚିତ ୨୮ ମୃତଦେହର କରାଯାଇଛି ସଂସ୍କାର। ରାଜଧାନୀର ଭରତପୁର ଶ୍ମଶାନରେ ୨୮ ମୃତଦେହର ସଂସ୍କାର କରାଯାଇଛି। ବିଏମସି ଅଧିକାରୀଙ୍କ ଉପସ୍ଥିତିରେ ସଂସ୍କାର କାମ ଶେଷ ହୋଇଛି।

ବାହାନଗା ରେଳ ଦୁର୍ଘଟଣାରେ ୨୮ ମୃତଦେହର ପରିଚୟ ମିଳି ନଥିଲା। ଡିଏନଏ ଟେଷ୍ଟ ପରେ ସାଢ଼େ ୪ ମାସ ହେବ ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୮ଟି ମୃତଦେହ ରଖାଯାଇଥିଲା। ତେବେ କେହି ଦାବିଦାର ନ ଆସିବାରୁ ଏହି ସବୁ ମୃତଦେହକୁ ସଂସ୍କାର କରାଯାଇଛି। ।

ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତା’ ସତ୍ତ୍ୱେ ଅନେକ ମୃତଦେହ ଚିହ୍ନଟରେ ସମସ୍ୟା ଉପୁଜିବାରୁ DNA ଟେଷ୍ଟ କରାଯାଇଥିଲା। ଯାହାଦ୍ୱାରା ଆଉ ୫୩ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସମ୍ଭବ ହୋଇଥିଲା। ହେଲେ ୨୮ଟି ମୃତଦେହର କୌଣସି ପରିଚୟ ମିଳିନଥିଲା। ପରିବାର ଲୋକେ କେହି ଏହି ମୃତଦେହ ନେବାକୁ ଆସିନଥିଲେ।

Comments are closed.