କାର୍ଯ୍ୟରତ ପୁଲିସକୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ
ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପାମ୍ପୋରା ଅଞ୍ଚଳରେ ଡିୟୁଟିରେ ନ ଥିବା ଜଣେ ପୁଲିସ ଅଧିକାରୀଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ ସନ୍ଦେହ କରି କହିଛି। କିନ୍ତୁ, ଏ ସଂକ୍ରାନ୍ତରେ ପୁଲିସ ତରଫରୁ କୌଣସି ଔପଚାରିକ ବିବୃତି ମିଳିନାହିଁ।
ଆଜି ସକାଳେ ନିହତ ପୁଲିସ ସବ୍-ଇନ୍ପେକ୍ଟର୍ ଫାରୁକ୍ ଅହମଦ୍ ମିର୍ଙ୍କ ଶବ ଗୋଟାଏ ବିଲରୁ ମିଳିଥିଲା।
ପାମ୍ପୋର୍ ଅନ୍ତର୍ଗତ ସମ୍ବୂରାସ୍ଥିତ ବାସଭବନରୁ ସବ୍-ଇନ୍ପେକ୍ଟର୍ଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇ ନିକଟବର୍ତ୍ତୀ ବିଲରେ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି।
Comments are closed.