ଆତଙ୍କବାଦୀ ଟାର୍ଗେଟରେ କାଶ୍ମୀର

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ବିଶରେ ଜାଣିବାକୁ ମିଳିଛି ବିଶେଷ ସୂଚନାରୁ ଜଣା ପଡ଼ିଛି । ଆତଙ୍କି ସଙ୍ଗଠନ ଲସ୍କର-ଏ-ତୋଇବା ଘାଟିରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର ଚଲାଇଛି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୁରକ୍ଷା ବାହିନୀକୁ ସତର୍କ ସୂଚନା ମିଳିଛି।

ସୂଚନା ମୁତାବକ, ଲସ୍କରର ଟାର୍ଗେଟ୍‌ରେ ନେତା, ପୂର୍ବତନ ସେନା କର୍ମଚାରୀ ଓ ପ୍ରାସବୀମାନେ ଅଛନ୍ତି। ଘାଟିରେ ଅରାଜକତା ସୃଷ୍ଟି କରିବା ପାଇଁ ଲସ୍କର ଏମାନଙ୍କୁ ଟାର୍ଗେଟ୍ କିଲିଂ ଜରିଆରେ ହତ୍ୟା କରିବାକୁ ଚାହୁଁଛି। ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ପରେ ସେନା ପୂରାପୁରି ଅଲର୍ଟ ମୁଡ୍ ଆସିଯାଇଛିି। ଜମ୍ମୁ କଶ୍ମୀର ପୁଲିସ ଓ ସେନା ସତର୍କତା ଅବଲମ୍ବନ କରୁଛି। ଆତଙ୍କବାଦୀମାନେ କିଛି ବଛା ବଛା ଲୋକଙ୍କୁ ଟାର୍ଗେଟ୍ କରିବାକୁ ଚାହୁଁଥିବା ସୂଚନା ମିଳିଛି। ଏଥିପାଇଁ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଏସ୍କର-ଏ-ତୋଇବା ପୂରା ଷଡଯନ୍ତ୍ର ରଚିଛି।

Comments are closed.