ତେଜସ୍ଵୀ ଯାଦବଙ୍କୁ କଣ କହିଲେ ମୋଦି
ପାଟନା: ଓଜନ କମାଅ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବିହାର ବିଧାନସଭାର ବିରୋଧୀ ଦଳର ନେତା ତେଜସ୍ବୀ ଯାଦବଙ୍କୁ ପରାମର୍ଶ ଦେଇଛନ୍ତି।
ବିହାର ବିଧାନସଭା ଅଟ୍ଟାଳିକାର ଶତବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ବିଧାନସଭା ପରିସରରେ ‘ଶତବାର୍ଷିକୀ ସ୍ତମ୍ଭ’ ଉନ୍ମୋଚନ କରିଥିଲେ। ବିହାର ବିଧାନସଭାକୁ କୌଣସି ପ୍ରଧାନମନ୍ତ୍ରୀ ଆସିବାରରେ ଏହା ଥିଲା ପ୍ରଥମ ଘଟଣା।
ଯୋଗ ଉପରେ ଗୁରୁତ୍ବାରୋପ କରୁଥିବା ୭୧ ବର୍ଷିୟ ପ୍ରଧାନମନ୍ତ୍ରୀ ମୋଦୀ କେବେ କେମିତି ତାଙ୍କ ନିୟମିତ ଯୋଗଭ୍ୟାସର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍ କରନ୍ତି। ସେହିପରି, ବାପା ଲାଲୁ ପ୍ରସାଦଙ୍କ ସହ ମିଶି ସମ୍ପୂର୍ଣ୍ଣ ରାଜନୀତିକୁ ଆସିବା ଆଗରୁ ୩୨ ବର୍ଷିୟ ‘ଆର୍ଜେଡି’ ନେତା ତେଜସ୍ବୀ ଯାଦବ କ୍ରିକେଟ୍ ଖେଳାଳି ଥିଲେ।
Comments are closed.