ଵିଵାହ କରିବେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ଼ ବଡ ଖବର ସାମ୍ନାକୁ ଆସିଛି। ତାଙ୍କ ପ୍ରେମରେ ପଡ଼ିଛନ୍ତି ବ୍ୟବସାୟୀ ତଥା ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି। ଉଭୟ ଏବେ ଡେଟ କରୁଛନ୍ତି। ଆଗକୁ ବାହା ମଧ୍ୟ ହେବେ। ନିଜେ ଲଳିତ ମୋଦି ଆଜି ସୁସ୍ମିତାଙ୍କ ସହ ଏକାଧିକ ରୋମାଣ୍ଟିକ ଫୋଟ ଶେୟାର କରି ନିଜ ନୂଆ ଆରମ୍ଭ ସମ୍ପର୍କରେ ସୂଚନା ଦେଇଛନ୍ତି।

ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଲଳିତ ମୋଦି ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ସେ ଏବେ ସୁସ୍ମିତା ସେନଙ୍କୁ ଡେଟ କରୁଛନ୍ତି। ଲଲିତ ମୋଦି ଦୁଇଟି ଟ୍ୱିଟ କରିଛନ୍ତି। ସେ ପ୍ରଥମ ଟ୍ୱିଟରେ ଏକାଧିକ ଫଟୋ ଶେୟାର କରି ଏମିତି କିଛି ଲେଖିଥିଲେ ଯେ ଲାଗୁଥିଲା ଉଭୟ ବିବାହ କରି ସାରିଛନ୍ତି। କିଛି ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା।

ସୁସ୍ମିତାଙ୍କୁ ପାଖରେ ପାଇ ଲଳିତ ମୋଦି ବେଶ ଉତ୍ସାହିତ ହୋଇପଡ଼ିଥିବା ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି। ଟ୍ୱିଟ କରି ପୂରା ବିଶ୍ୱକୁ ଏହି ସୂଚନା ଦେବା ପରେ ଲଳିତ ମୋଦି ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏହି ଫଟୋରେ ସେ ସୁସ୍ମିତା ସେନଙ୍କ ସହ ନେଇଥିବା ସେଲଫିକୁ ରଖିଛନ୍ତି। ଇନଷ୍ଟାଗ୍ରାମ ବାୟୋରେ ସେ ନୂଆ ଆରମ୍ଭ ବୋଲି ଉଲ୍ଲେଖ କରିଛନ୍ତି।

ଲଲିତ ମୋଦି ଆଇପିଏଲର ପ୍ରଥମ ଚେୟାରମ୍ୟାନ୍। ସେ ପ୍ରାୟ ତିନି ବର୍ଷ ଧରି ସେ ଆଇପିଏଲର ଅଧ୍ୟକ୍ଷ ରହିଥିଲେ। ସେ ଚାମ୍ପିୟନ୍ସ ଲିଗ୍ ଟି-୨୦ର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Comments are closed.