ପୁଣି ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ ଓ ବିବଦୀୟ ବ୍ୟବସାୟୀ ଲୋଳିତ ମୋଦିଙ୍କ ପ୍ରେମ ସମ୍ପର୍କ। ସୁସ୍ମିତା ସେନ୍‌ଙ୍କ ଉପରେ ପୁଣି ଫିଦା ହୋଇଛନ୍ତି ଲଳିତ। ସେ ସୁସ୍ମିତାଙ୍କ ଏକ ଭିଡିଓ ଦେଖି ହୋଇଯାଇଛନ୍ତି ମତୁଆଲା। ଆଉ ନିଜକୁ ଅଟକାଇ ପାରିନାହାନ୍ତି।  ସୋଶାଲ ମିଡିଆରେ ସୁସ୍ମିତାଙ୍କ ପ୍ରତି ନିଜ ପ୍ରେମ ଜାହିର କରିଛନ୍ତି ଲଳିତ।

ପ୍ରକୃତରେ ନିଜ ଇନ୍‌ଷ୍ଟାଗ୍ରାମରେ ସୁସ୍ମିତା ସେନ୍‌ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡଓରେ ସେ ଗଭୀର ସମୁଦ୍ର ଭତରେ ବୁଢ ପକାଉଥିବା ପହଁରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶେଆର କରି ସେ ଲେଖିଛନ୍ତି, “ଆଲାଇଞ୍ଜ କର, ନିଶ୍ୱାସ ନିଅ … ଆଉ ଛାଡିଦିଅ। ସମର୍ପଣର ଏକ ଶିକ୍ଷା, ଯେପରିକି ମୁଁ ଭୂମଧ୍ୟସାଗରରେ ପହଁରିବାର ଅନୁଭବ କରୁଛି। ଯେଉଁଠାରେ ଜୀବନର ଗଭୀରତା ଅଛି … ମୁଁ ସମ୍ପୂର୍ଣ୍ଣ ଭାବେ ତା’ ଭିତରେ ଅଛି। ମୁ ତୁମମାନଙ୍କୁ ଭଲ ପାଏ!!!”

Comments are closed.