ସୁଶାନ୍ତଙ୍କ ସ୍ମୃତିରେ ରିୟାଙ୍କ ମେସେଜ

ସୁଶାନ୍ତ ସିଂ ରାଜପୁତଙ୍କର ଆଜି ହେଉଛି ଦ୍ୱିତୀୟ ପୁଣ୍ୟତିଥି। ଆଜିକୁ ଠିକ୍‌ ଦୁଇ ବର୍ଷ ତଳେ ଆଜିର ଦିନର ହିଁ ବଲିଉଡ୍‌ର ଏହି ଜଣାଶୁଣା କଳାକାର ଦୁନିଆକୁ ଅଲ୍‌ବିଦା କହିଥିଲେ। ଆଜି ମଧ୍ୟ ସୁଶାନ୍ତଙ୍କ ସ୍ମୃତି ଫ୍ୟାନମାନଙ୍କ ହୃଦୟରେ ତାଜା ରହିଛି। ଗାର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ବି ତାଙ୍କ ପୁଣ୍ୟତିଥିରେ ତାଙ୍କୁ ମନେ ପକାଇଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ସୁଶାନ୍ତଙ୍କ ସହିତ ନିଜର କିଛି ଫଟୋ ସେୟାର କରିଛନ୍ତି।

ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି କି, ‘ସବୁଦିନ ତୁମେ ମନେ ପଡ଼ୁଛ’। ଏହିଭଳି ଭାବେ ରିୟା ଫ୍ୟାନମାନଙ୍କ ସହିତ ନିଜ ହୃଦୟର କଥା ସେୟାର କରିଛନ୍ତି। ରିୟାଙ୍କ ଏହି ପୋଷ୍ଟ୍‍ରେ ଫ୍ୟାନମାନେ ଲେଖିଛନ୍ତି ଯେ ‘ଆମକୁ ବି ସେ ବହୁତ ମନେ ପଡ଼ୁଛନ୍ତି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ତୁମେ ଷ୍ଟ୍ରଙ୍ଗ୍‌ ରୁହ ରିୟା’। ଏହିପରି ରିୟା ଚକ୍ରବର୍ତ୍ତୀଙ୍କ ପୋଷ୍ଟ୍‍ ଉପରେ ଫ୍ୟାନମାନଙ୍କର ଖୁବ୍‌ ପ୍ରତିକ୍ରିୟା ଆସୁଛି।

୨୯ ବର୍ଷୀୟା ରିୟାଙ୍କ କ୍ୟାରିୟର କଥା ଦେଖିଲେ, ସେ କିଛି ଦିନ ପୂର୍ବେ ନିର୍ଦ୍ଦେଶକ ରୁମି ଜାଫରୀଙ୍କ ଫିଲ୍ମ ‘ଚେହେରା’ରେ ନଜର ଆସିଥିଲେ। ଏହି ଫିଲ୍ମରେ ରିୟାଙ୍କ ସହିତ ଅମିତାଭ ବଚ୍ଚନ, ଇମ୍ରାନ ହାସ୍‌ମୀ ଓ ଅନୁ କପୁର ବି ଅଭିନୟ କରିଥିଲେ। ରିୟା ‘ମେରେ ଡାଡ୍‌ କୀ ମାରୁତି’ରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଅଭିନେତ୍ରୀ ହିନ୍ଦୀ ବ୍ୟତୀତ ତେଲେଗୁ ସିନେମା ‘ତୁନେଗା’ରେ ମଧ୍ୟ ଜବରଦସ୍ତ ଅଭିନୟ କରିଛନ୍ତି।

Comments are closed.